ଦିବ୍ୟାଙ୍ଗଙ୍କ ନାଁରେ ଖାଇଗଲେ ସରକାରୀ ଅର୍ଥ !

Advertisment

ତଥ୍ୟ ଦେଉ ନାହାନ୍ତି ଅଧିକାରୀ, ଜିଲ୍ଲାରେ ୮ ପଞ୍ଜିକୃତ ଅନୁଷ୍ଠାନ

ତଥ୍ୟ ଦେଉ ନାହାନ୍ତି ଅଧିକାରୀ, ଜିଲ୍ଲାରେ ୮ ପଞ୍ଜିକୃତ ଅନୁଷ୍ଠାନ

ଦିବ୍ୟାଙ୍ଗଙ୍କ ନାଁରେ ଖାଇଗଲେ ସରକାରୀ ଅର୍ଥ !

Times of India

ରାଉରକେଲା : ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସୋତ୍ରରେ ସାମିଲ କରିବାକୁ ସୁନ୍ଦରଗଡ ଜିଲ୍ଲାରେ ରହିଛି ୮ ପଞ୍ଜିକୃତ ଅନୁଷ୍ଠାନ। ସେଠାରେ ଏମାନଙ୍କୁ ରହିବା, ଖାଇବା ସହ ଶିକ୍ଷା ପ୍ରଦାନ କରାଯାଉଛି। ଅନୁଷ୍ଠାନଗୁଡ଼ିକ ଠିକ୍‌ ଭାବେ ପରିଚାଳିତ ହେଉଛି କି ନାହିଁ, ତଦାରଖର ଦାୟିତ୍ବ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍‌ଏସ୍‌ଓ)ଙ୍କର। ତେବେ ବିଡମ୍ବନା, ସୁନ୍ଦରଗଡରେ ଏହାର ଭୀଷଣ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗୋଟିଏ ଦୁଇଟିକୁ ଛାଡି ଦେଲେ ଅନ୍ୟ ସବୁ ଅନୁଷ୍ଠାନରେ କେମିତି ଚାଲିଛି ବିଭାଗୀୟ ଅଧିକାରୀ ମଧ୍ୟ ଜାଣନ୍ତି ନାହିଁ। କିନ୍ତୁ ଏସବୁ ଅନୁଷ୍ଠାନକୁ ବିଭାଗ ପକ୍ଷରୁ ଛାତ୍ରଙ୍କ ସଂଖ୍ୟା ଅନୁଯାୟୀ ସରକାରଙ୍କ ଧାର୍ଯ୍ୟ ଅନୁଯାୟୀ ଖର୍ଚ୍ଚ ସମେତ ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଛି।

ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତ୍ୟେକ ଅନୁଷ୍ଠାନ ପରିଚାଳନା ପାଇଁ ମାସକୁ କେତେ ଟଙ୍କା ଦିଆଯାଉଛି, ‌ଏସବୁ ଅନୁଷ୍ଠାନରେ କେତେ ପିଲା ଓ ଶିକ୍ଷକ ଅଛନ୍ତି- ଏହାର ତଥ୍ୟ ମଧ୍ୟ ବିଭାଗ ପାଖରେ ନାହିଁ, ଅଥବା ସେମାନେ ତାହାକୁ ଲୁଚାଉଛନ୍ତି। ତଥ୍ୟ ମାଗିଲେ ସମ୍ପୃକ୍ତ ଅନୁଷ୍ଠାନ ସହ ଯୋଗାଯୋଗ କରନ୍ତୁ ବୋଲି କହି ବିଭାଗ କାମ ସାରିଛି। ତେଣୁ ସୁନ୍ଦରଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟ ବର୍ଷ ବର୍ଷ ଧରି କେମିତି ଚାଲିଛି ଏଥିରୁ ଅନୁମାନ କରା ଯାଇପାରେ। ସେପଟେ ଧରାପଡିଯିବା ଭୟରେ ଦିବ୍ୟାଙ୍ଗ ଅନୁଷ୍ଠାନର କର୍ତ୍ତୃପକ୍ଷମାନେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ଦେଉ ନାହାନ୍ତି।

publive-image Facebook

ଡିଏସ୍‌ଏସ୍‌ଓ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲାରେ ଥିବା ଏଭଳି ଅନୁଷ୍ଠାନଗୁଡ଼ିକ ହେଉଛି ବନ୍ଧପାଲୀରେ ସାର୍ଥକ ସ୍କୁଲ, ସେକ୍ଟର-୧୭ରେ ହୋମ୍‌ ଆଣ୍ଡ ହୋପ୍‌, ଛେଣ୍ଡ କଲୋନିରେ ଆଶାଦୀପ, ରାଜଗାଙ୍ଗପୁର ରାଣିବନ୍ଧରେ ହୋମ୍‌ ସ୍କୁଲ, ଲେଫ୍ରିପଡା ତେଲେନଡିହିରେ ସ୍ବତନ୍ତ୍ର ମାନସିକ ପକ୍ଷାଘାତ ସ୍କୁଲ, ଲାଠିକଟା କରଲାଖମଣରେ ରାଧା କୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ। ସାର୍ଥକ ମୁକ ସ୍କୁଲରେ (କ)ରେ ୧୨୬, ସାର୍ଥକ ମୁକ ସ୍କୁଲ (ଖ)ରେ ୫୦, ହୋମ୍‌ ଆଣ୍ଡ ହୋପ୍‌ରେ ୬୫, ହୋମ୍‌ ଆଣ୍ଡ ହୋପ୍‌ ଅଟିଜିମ୍‌ ସେକ୍ଟରରେ ୧୯ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। କିନ୍ତୁ ସାର୍ଥକ ସ୍କୁଲ ଓ ହୋମ୍‌ ଆଣ୍ଡ ହୋମ୍‌ ଅନୁଷ୍ଠାନ କାହା ଦ୍ବାରା ପରିଚାଳିତ ହେଉଛି, ବିଭାଗ ପକ୍ଷ ପାଖରେ ତଥ୍ୟ ନାହିଁ ବୋଲି କୁହାଯାଉଛି। ଅନୁରୂପ ଭାବେ ଆଶାଦୀପ ଆର୍‌ଆର୍‌ଆର୍‌ସି ରାଉରକେଲା, ହୋପ୍‌ ଅନୁଷ୍ଠାନ ହୋପ୍‌, ଲେଫ୍ରିପଡା ସ୍ବତନ୍ତ୍ର ମାନସିକ ପକ୍ଷାଘାତ ସ୍କୁଲ ଆଭା, ଲାଠିକଟା ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଆର୍‌କେଡିଭି ଦ୍ବାରା ପରିଚାଳିତ ହେଉଛି। ଅନୁଷ୍ଠାନରେ ରହି ପାଠ ପଢ଼ୁଥିବା ପିଲା ପିଛା ମାସିକ ୧୭୬୦ ଟଙ୍କା, ନିଜ ଘରେ ରହି ପାଠପଢ଼ୁଥିବା ପିଲାଙ୍କୁ ମାସିକ ୩୭୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। କେବଳ ଏତିକି ନୁହେଁ ୨୦୧୯-୨୦ ଆର୍ଥିକ ବର୍ଷରେ ସାର୍ଥକ ସ୍କୁଲ ମୁକ ମାନଙ୍କ ପାଇଁ ରକ୍ଷଣାବେକ୍ଷଣ ବାବଦରେ ୧୫ ଲକ୍ଷ ୧୨ ହଜାର ଟଙ୍କା, ପୋ‌ଷାକପତ୍ର ବାବଦରେ ୧ ଲକ୍ଷ ୨୬ ହଜାର ଦିଆଯାଇଛି। ସାର୍ଥକ ଅନ୍ଧ ସ୍କୁଲର ରକ୍ଷଣାବେକ୍ଷଣ ବାବଦରେ ୬ ଲକ୍ଷ, ପୋଷାକପତ୍ର ବାବଦରେ ୫୦ ହଜାର ଟଙ୍କା ଦିଆଯାଇଛି।

ଅନୁରୂପ ଭାବେ ରାଉରକେଲା ହୋମ୍‌ ଆଣ୍ଡ ହୋପ୍ ଅନୁଷ୍ଠାନର ରକ୍ଷଣାବେକ୍ଷଣ ଓ ପୋଷାକପତ୍ର ବାବଦରେ ୨ ଲକ୍ଷ ୮୫ ହଜାର ଟଙ୍କା ଦିଆଯାଇଛି। ସାର୍ଥକ ସ୍କୁଲ ସୁନ୍ଦରଗଡରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ମାସିକ ଦରମା ୩୧ ହଜାର ୩୫୬ ଟଙ୍କାରୁ ଆରମ୍ଭ କରି ୪୬ ହଜାର ୬୮୩ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଛି। ହୋମ୍‌ ଆଣ୍ଡ ହୋପ୍‌ରେ ଶିକ୍ଷକଙ୍କ ଦରମା ୭ ହଜାର ୨୦୦ ଟଙ୍କାରୁ ଆରମ୍ଭ କରି ୫୩ ହଜାର ୮୫୪ ଟଙ୍କା ପାଉଛନ୍ତି। ତେବେ ଦୁଇଟି ସ୍କୁଲକୁ ବାଦ୍‌ ଦେଇ ଅନ୍ୟ ୬ଟି ସ୍କୁଲରେ ଶିକ୍ଷକ, ସଙ୍ଗୀତ ଶିକ୍ଷକ, କ୍ରାଫ୍ଟ ଶିକ୍ଷକ, ଖେଳ ଶିକ୍ଷକଙ୍କୁ ବିଭାଗ ମାସକୁ ମାସ ସମାନ ପାଉଥିବେ ନିଶ୍ଚିତ। ଯଦି ଦୁଇ ଅନୁଷ୍ଠାନ ପରି ଅନ୍ୟ ୬ଟି ଅନୁଷ୍ଠାନଗୁଡ଼ିକୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ବିଭାଗ ଦେଉଛନ୍ତି, ତା’ର ତଥ୍ୟ ଦେବାରେ ଅସୁବିଧା ରହିଲା କେଉଁଠି? ତେବେ ତଥ୍ୟ ନ ଦେବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଆଲୋଚନା ହେଉଛି। ଚର୍ଚ୍ଚା ହେଉଛି ଯେ ଅନୁଷ୍ଠାନଗୁଡ଼ିକରେ ଯେତିକି ପିଲା ଓ ଶିକ୍ଷକ ଅଛନ୍ତି କାଗଜପତ୍ରରେ ତା’ଠାରୁ ଢ଼େର ଅଧିକ ଦର୍ଶାଇ ସରକାରଙ୍କ ଅର୍ଥକୁ ମିଳି ମିଶି ଚଳୁ କରାଯାଉଛି। ବିଭାଗକୁ ତଥ୍ୟ ନ ଦେଇ ଅବା ବିଭାଗ ସହ ଭିତିରି ବୁଝାମଣା କରି ଚାଲିଥିବା ଏସବୁ ଅନୁ‌ଷ୍ଠାନଗୁଡ଼ିକର ଯାଞ୍ଚ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe