ଶୁଣିଲେନି ସରକାର: ପୁକୁଲିଙ୍ଗିଆ ଗ୍ରାମବାସୀ କେନାଲ ମରାମତି କରି ଉଦାହରଣ ସୃଷ୍ଟି କଲେ

Advertisment

ସରକାରଙ୍କୁ କହି କହି ଥକିଗଲେ। ହେଲେ କେହି ଶୁଣିଲେନି। ଶେଷରେ ପୁକୁଲିଙ୍ଗିଆ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ କେନାଲ ମରାମତି କାର୍ଯ୍ୟ ହାତକୁ ନେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ...

ସରକାରଙ୍କୁ କହି କହି ଥକିଗଲେ। ହେଲେ କେହି ଶୁଣିଲେନି। ଶେଷରେ ପୁକୁଲିଙ୍ଗିଆ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ କେନାଲ ମରାମତି କାର୍ଯ୍ୟ ହାତକୁ ନେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ...

Government not listening: Pukulingia villagers set an example by repairing canal

Government not listening: Pukulingia villagers set an example by repairing canal Photograph: (sambad.in)

ଘୁ.ଉଦୟଗିରି: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷି ଏବଂ କୃଷକଙ୍କ ବିକାଶ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପ୍ରକୃତରେ କୃଷକଙ୍କ ନିକଟରେ ଯୋଜନା ପହଞ୍ଚି ପାରୁନାହିଁ। ଜମିକୁ ଜଳ ସେଚନ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ସତ ହେଲେ କୌଣସି କୃଷକଙ୍କ କାମରେ ଆସୁନି ଜଳ ସେଚନ ବ୍ୟବସ୍ଥା।

ସରକାରୀ ରେକର୍ଡରେ ଜଳସେଚିତ ଜମି ଲିପିବଦ୍ଧ ହେବା ସହ ଜଳ କର କୃଷକମାନେ ବିନା ଜଳସେଚନରେ ପୈଠ କରୁଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି  କଳିଙ୍ଗା ପଞ୍ଚାୟତର ପୁକୁଲିଙ୍ଗିଆ ଗ୍ରାମରେ। ଦୀର୍ଘ ବର୍ଷ ତଳେ ରାଜ୍ୟ ସରକାର ସ୍ଥାନୀୟ ଅଞ୍ଚଳର ଜମି ଗୁଡିକୁ ଜଳସେଚିତ କରିବା ନିମନ୍ତେ କାକଲ ବାକି ନାଳରେ ଏକ ପ୍ରକଳ୍ପ  କରି ସେଥିରୁ ବିଭିନ୍ନ ଗ୍ରାମର ଜମି ଜଳସେଚିତ କରିବା ନିମନ୍ତେ କେନାଲ ନିର୍ମାଣ କରି ଜଳ ସେଚନ କରାଯାଉଥିବା ବେଳେ ମରାମତି ଅଭାବରୁ ଦୀର୍ଘ ବର୍ଷ ହେଲା କେନାଲ ନଷ୍ଟ ହେବା ସହ ପାଣି ନଷ୍ଟ ହେବାରେ କଗିଥିଲା।

ଗ୍ରାମବାସୀ ବାରମ୍ବାର କେନାଲ ମରାମତି ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଠାରୁ ଆରମ୍ଭ କରି ଉପର ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୁକୁଲିଙ୍ଗିଆ ଗ୍ରାମବାସୀ ଏକତ୍ରିତ ହୋଇ ନିଜସ୍ୱ ଉଦ୍ୟମରେ ନିଜସ୍ୱ ଅର୍ଥ ଏବଂ ପରିଶ୍ରମ ବଳରେ ନିଜ ଜମି ପାଇଁ ନିଜେ କେନାଲ ମରାମତି କରିବାକୁ ଅଣ୍ଟା ଭିଡିଥିଲେ। କାର୍ଯ୍ୟର ପ୍ରଥମ ଦିନରେ ଶନିବାର ବଡ଼ ବଡ଼ ସିମେଣ୍ଟ ହୋମ ପାଇପ ବାହାର କରି ତାକୁ ମରାମତି କରି ପୁଣି କେନାଲରେ ଗ୍ରାବାସୀ ପକେଇଛନ୍ତି। 

ପ୍ରକାଶ ଥାଉକି ପୁକୁଲିଙ୍ଗିଆ ଗ୍ରାମର ପ୍ରାୟ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର ସମସ୍ତେ ଚାଷ ଉପରେ ନିର୍ଭରଶୀଳ। ବର୍ଷ ସାରା କିଛି ନା କିଛି ଚାଷ କରିଥାନ୍ତି। ଧାନ ସହ ହଳଦୀ ଏବଂ ବିଭିନ୍ନ କିସମର ପରିବା ଚାଷ ମଧ୍ୟରେ ବିନ୍, ଫୁଲକୋବି,ବନ୍ଧାକୋବି, ମଟର,ଆଳୁ,ଭଳି ବହୁ ପରିବା ଚାଷ କରି ଜୀବିକା ନିର୍ବାହ କରୁଥାନ୍ତି। ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ଭେଳିକି ଦେଖି ନିଜ ପେଟପାଟଣା କଥା ସହ ଆର୍ଥିକ ସମସ୍ୟାକୁ ଆଖି ଆଗରେ ରଖିୟ ପୁକୁଲିଙ୍ଗିଆ ଗ୍ରାମର ସମସ୍ତ ବୁଦ୍ଧିଜୀବୀ,ଯୁବଗୋଷ୍ଠୀ, ଚାଷୀ ଏକତ୍ରିତ ହୋଇ ଅର୍ଥ ସଂଗ୍ରହ କରିବା ସହ ନିଜେ ପରିଶ୍ରମ କରି କେନାଲ ମରାମତି ପାଇଁ ଅଣ୍ଟା ଭିଡି କାର୍ଯ୍ୟ ଜାରିରଖି ଏହି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। 

ଅଧିକ ପଢ଼ନ୍ତୁ: ଜମି ବିବାଦ ହିଂସା: ଗୋଷ୍ଠୀ ଆକ୍ରମଣରେ ୩ ଯୁବକ ଗୁରୁତର ଆହତ

ସରକାର ଏବଂ ପ୍ରଶାସନ ଯେଉଁଠି ନୀରବ ସେଠି ଜନତା ସଚେତନ ହୋଇ ଅନ୍ୟ ଉପରେ ଆଶା ନ କରି ନିଜ ଜମିରେ ପାଣି କିଭଳି ପହଞ୍ଚିବ ସେଥି ପାଇଁ ନିଜେ ଅର୍ଥ ଏବଂ ପରିଶ୍ରମ ଦେବା ଆଜିର ଯୁଗରେ ନିହାତି ଏକ ବିରଳ ଘଟଣା। ପ୍ରାୟ ୭ଶହ ମିଟର କେନାଲ କାର୍ଯ୍ୟ ପୁକୁଲିଙ୍ଗିଆ ଗ୍ରାମବାସୀ ହାତକୁ ନେଇଥିବା ପ୍ରକାଶ କରିଛନ୍ତି। ଗ୍ରାମର ବଗୁଲିଆପ୍ରଧାନ, ବିପିନ ପ୍ରଧାନ, ସମୀର ପ୍ରଧାନ, ଦିଗାମ୍ବର ପ୍ରଧାନ, ନୂତନ ପ୍ରଧାନ, ସେଟା ପ୍ରଧାନ, କୈଳାଶ ପ୍ରଧାନ, ମନୋଜ ପ୍ରଧାନ ଏବଂ ସିପୁ ପ୍ରଧାନଙ୍କ ସମେତ ଗ୍ରାମର ସମସ୍ତ ବାସିନ୍ଦା ଏହି କାର୍ଯ୍ୟରେ ନିୟୋଜିତ ରହି କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ପଣ କରିଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ: ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ଅଭିଯୋଗ: ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ଚଢ଼ଉ

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe