ପ୍ରଥମ ରାଜ୍ୟ ଭାବେ ଓମିକ୍ରନ ଚିହ୍ନଟ ପାଇଁ ୫ଲକ୍ଷ ଓମିସିଓର କିଟ୍ ଅର୍ଡର କଲା ଓଡ଼ିଶା

Advertisment
ପ୍ରଥମ ରାଜ୍ୟ ଭାବେ ଓମିକ୍ରନ ଚିହ୍ନଟ ପାଇଁ ୫ଲକ୍ଷ ଓମିସିଓର କିଟ୍ ଅର୍ଡର କଲା ଓଡ଼ିଶା

ଭୁବନେଶ୍ବର: ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଜି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) କୁ ଅର୍ଡର ଦେଇଥିବା ଜଣାପଡ଼ିଛି।

ଏହି କିଟ ଆସିବା ଦ୍ବାରା ରାଜ୍ୟକୁ ଲୋକଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ପଡ଼ିବ ନାହିଁ। ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ।ଟାଟା ଏମଡିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଗିରିଶ କ୍ରିଷ୍ଣମୂର୍ତ୍ତି କହିଛନ୍ତି, “ଓମିସିଓର ହେଉଛି ଏକମାତ୍ର ଟେଷ୍ଟ୍ କିଟ୍ ଯାହା  ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିପାରିବ। ଏହା ଉପରେ ଭରସା କରି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ଅର୍ଡର କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ।

ବେ ଓମିକ୍ରନ ଭୂତାଣୁ ଚିହ୍ନଟ ନିମନ୍ତେ ଅନ୍ୟ କିଟ୍ ବ୍ୟବହାର କରାଯାଉଛି । ଭାରତରେ ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଥିବା କିଟ୍ ଆମେରିକାର ଥର୍ମୋ ଫିସର କମ୍ପାନି ବିକଶିତ କରିଛି। ଭାରିଆଣ୍ଟକୁ ଚିହ୍ନିବା ପାଇଁ ଏହା ଏସ ଜିନ୍ ଟାର୍ଗେଟ୍ ଫେଲିଓର ଷ୍ଟ୍ରୋଟେଜି (ଏସଜିଟିଏଫ) ରଣନୀତି ବ୍ୟବହାର କରୁଛି।  ଏବେ ଆଇସିଏମଆର ଟାଟାର ଯେଉଁ କିଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ତାହାର ନାମ ଟାଟା ଏମଡି ଚେକ୍ ଆରଟି-ପିସିଆର ଓମିସିଓର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe