ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସରକାରୀ ଅଫିସ୍‌କୁ ସାଧାରଣ ଲୋକଙ୍କୁ ମନା

Advertisment
ରାଜ୍ୟରେ ପ୍ରଥମ: ଗଞ୍ଜାମ ଜିଲ୍ଲାରେ ନୂଆ ପଦବି ସୃଷ୍ଟି

Sambad English

ବ୍ରହ୍ମପୁର/ଛତ୍ରପୁର : କରୋନା ମୁକାବିଲା ପାଇଁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସରକାରୀ ଅଫିସ୍‌କୁ ସାଧାରଣ ଲୋକଙ୍କୁ ମନା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସଂଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ୧୦ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା କରାଯାଇଥିଲା।

publive-image

ସଟ୍‌ଡାଉନ୍‌ ସମୟରେ ମେଡିକାଲ, ପୁଲିସ, ଅଗ୍ନିଶମ, ଟେଲିକମ୍‌ ଏବଂ ପରିମଳ ସେବା ପାଇଁ କଟକଣା ନାହିଁ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବାହାରକୁ ବାହାରିବାକୁ ହେଲେ ସ୍ଥାନୀୟ ତହସିଲଦାର ଓ ପୁଲିସ ଠାରୁ ଅନୁମତି ବାଧ୍ୟତାମୂଳକ। ତେଜରାତି ଦୋକାନ ଏବଂ କ୍ଷୀର ଦୋକାନ ସକାଳ ୬ଟାରୁ ଅପରାହ୍ଣ ୪ଟା ଯାଏ ଖୋଲା ରହିବ। ମଦ ଦୋକାନଗୁଡ଼ିକ ଜାରି ହୋଇଥିବା ନିୟମ ପାଳନ କରିବାକୁ ବାଧ୍ୟ। ଯଦି ଏଥିରେ ବିଚ୍ୟୁତ ଘଟେ ତେବେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋକାନ ୭ଦିନ ପାଇଁ ସିଲ୍‌ ହେବ। ଦ୍ୱିତୀୟଥର ପାଇଁ ନିୟମ ଉଲ୍ଲଂଘନ କଲେ ଏକ ମାସ ପର୍ଯ୍ୟନ୍ତ ଦୋକାନ ସିଲ୍‌ ସହ ଥାନାରେ ଏତଲା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

publive-image Twitter

ପରିବା ଦୋକାନ ଓ ମାଛ, ମାଂସ ଦୋକାନ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ରହିବ। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପରିବା ବିକ୍ରି ନକରି ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିବା ବିଭିନ୍ନ ସ୍ଥାନରେ ପରିବା ବିକ୍ରି କରିବେ। ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଧୀକୃତ ସ୍ଥାନରେ କେବଳ ମାଛ, ମାଂସ ବିକ୍ରି କରାଯାଇ ପାରିବ। ଏହି ନିୟମ ଖିଲାପ କଲେ ସାମଗ୍ରୀ ଜବତ ହେବା ସହ ୧ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯିବ। ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଗ୍ରାହକଙ୍କ ପାଇଁ ୮ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। କୃଷି ସାମଗ୍ରୀ ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ବିଏମ୍‌ସି ତରଫରୁ ଜାରି କରାଯାଇଥିବା ନିୟମ କେବଳ ବ୍ରହ୍ମପୁର ମହାନଗର ପାଇଁ ଲାଗୁ ‌ହେବ। ଜିଲ୍ଲାପାଳ ଜାରି କରିଥିବା ନିୟମ ମହାନଗର ବ୍ୟତୀତ ଅନ୍ୟ ସମସ୍ତ ସହରାଞ୍ଚଳରେ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe