୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌

Advertisment
କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗାଭତ୍ତା ୪ % ବଢ଼ିଲା

New Indian Express

ଭୁବନେଶ୍ବର : କୋଭିଡ୍‌ ଦ୍ବିତୀୟ ଲହର ଆଶଙ୍କାରେ ସରକାରୀ ଅଫିସ୍‌ ଚଳାଇବା ପାଇଁ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ରାଜ୍ୟର ସବୁ ସରକାରୀ ଅଫିସ୍‌ ୫୦% କ୍ଷମତାରେ ଚାଲିବ। ଏପ୍ରିଲ୍‌ ୧୯ ତାରିଖରୁ ଏହି ନୂଆ‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଅଫିସ୍‌ କାମ ଯେପରି ବାଧାପ୍ରାପ୍ତ ନ ହୁଏ, ସେହି ଅନୁଯାୟୀ ବିଭାଗ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯିବ। ତେବେ ଉପସଚିବ ଓ ତାହା ଠାରୁ ଅଧିକ ପାହ୍ୟାର ଅଧିକାରୀମାନେ ‌ପ୍ରତିଦିନ ଅଫିସ୍‌ ଆ‌ସିବେ। ଏସ୍‌ଆର୍‌ସି, ଓସ୍‌ଡମା, ପୁଲିସ୍‌, ଅଗ୍ନିଶମ, ସ୍ବାସ୍ଥ୍ୟ ସେବା, ପୌରପାଳିକା କାର୍ଯ୍ୟାଳୟ ପରି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥା ପୂର୍ଣ୍ଣ କ୍ଷମତାରେ ଚାଲିବ। ଅଫିସ୍‌ରେ କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe