ସରକାରୀ ବାବୁ ଦୁର୍ନୀତିରେ ମାତିଛନ୍ତି

ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ୮୨୭ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି ବୋଲି ବିଧାନସଭାରେ ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ପ୍ରଦାନ କରିଛନ୍ତି...

Government officials are involved in corruption.

Government officials are involved in corruption. Photograph: (sambad.in)

ଭୁବନେଶ୍ବର: ସରକାରୀ ଅଧିକାରୀମାନେ ଦୁର୍ନୀତିରେ ମାତିଛନ୍ତି। ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ୮୨୭ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି ବୋଲି ବିଧାନସଭାରେ ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ପ୍ରଦାନ କରିଛନ୍ତି। 

ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି। 

ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ସରକାରୀ ଅଧିକାରୀଙ୍କ ମଧ୍ୟରୁ ୪୩୬ ଅଧିକାରୀ ଦଣ୍ଡିତ ହୋଇଛନ୍ତି। ୧୧୩୧ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜ ସିଟ ଦାଖଲ କରାଯାଇ ବିଚାର ପ୍ରକ୍ରିୟା ଚାଲିଛି।

ଅଧିକ ପଢ଼ନ୍ତୁ: ୧୩ ଓ ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ସେହିପରି  ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ନୂତନ ଭାବେ ୪୮ ପଦବୀ ସୃଷ୍ଟି କରିଛନ୍ତି  ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ୨୦ ମିନିଟରେ ଲୁଟିନେଲେ ୨୫ କୋଟିର ଅଳଙ୍କାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe