ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ସେରୋ ସର୍ଭେରେ ରାଜ୍ୟରେ ୭୦ ପ୍ରତିଶତ ସଫଳତା ହାସଲ କରିଛି 

ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: କରୋନା ମହାମାରୀକୁ ରାଜ୍ୟ ସରକାର ଦୃଢ଼ ମୁକାବିଲା କରି ସଫଳ ହୋଇଛନ୍ତି। ଆଗାମୀ ଦିନରେ ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସବୁ ପ୍ରକାର ଯୋଜନା କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କି‌ଶୋର ଦାସ କହିଛନ୍ତି। ରାଜ୍ୟରେ କରାଯାଇଥିବା ସେରୋ ସର୍ଭେ ରେ ଆମ‌େ ୭୦ ପ୍ରତିଶତ ସଫଳତା ହାସଲ କରିଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ତୃତୀୟ ଲହର ବେଳେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଛି। ଏଥାପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ରାଜ୍ୟରେ ଶିଶୁମାନଙ୍କ ପାଇଁ ବିଭିନ୍ନ ହସ୍‌ପିଟାଲ୍‌ରେ ଶଯ୍ୟା‌ ସଂଖ୍ୟା ବୃଦ୍ଧି କରାଯାଇଛି। ଔଷଧ ମହଜୁଦ ରଖା ଯାଇଛି। ଶିଶୁମାନ‌େ ଆକ୍ରାନ୍ତ ହେଲେ ତାଙ୍କୁ ସବୁପ୍ରକାର ଚିକତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ତାଙ୍କର ଶିଶୁମାନଙ୍କ ଯତ୍ନ ନିଅନ୍ତୁ। ଯେପରି ଶିଶୁମାନେ କରୋନାରେ ଆକ୍ରାନ୍ତ ନହେବେ ସେଥିପ୍ରତି ଗୁରୁତ୍ବ ଦେବେ। ଆଗାମୀ ପୂଜା ପାର୍ବଣ ବେଳେ ସମସ୍ତେ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲପାଳ ଓ ମ୍ୟୁନିସିପାଲିଟି କମିସନର୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe