Representational image: Mint
ଭୁବନେଶ୍ବର: ଓଡ଼ିଶାରେ ବାର୍ଡ ଫ୍ଲୁ ରୋଗ ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ରୋଗ ନିୟନ୍ତ୍ରଣ ଓ ନିରୀକ୍ଷଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସକାଶେ ସତର୍କ କରାଇ ଦିଆଯାଇଛି। ବହିରାଗତ ପକ୍ଷୀମାନେ ଏହି ରୋଗର ବାହକ ଏବଂ ସେମାନଙ୍କ ମଳ, ଖାଦ୍ୟ ଓ ପିଇବା ପାଣି ଦ୍ବାରା ଏହା ବ୍ୟାପିଥାଏ। ଓଡ଼ିଶାର ଚିଲିକା, ଅଂଶୁପା ହ୍ରଦ, ଭିତରକନିକା ବନ୍ୟଜନ୍ତୁ ଅଭୟାରଣ୍ୟ ଓ ହୀରାକୁଦ ଡ୍ୟାମକୁ ବହିରାଗତ ପକ୍ଷୀମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ଏହାକୁ ଆଖି ଆଗରେ ରଖି ଏହି ସ୍ଥାନମାନଙ୍କରେ ପକ୍ଷୀମାନଙ୍କ ବ୍ୟବହାର ଓ କୌଣସି ଅସ୍ବାଭାବିକ ମୃତ୍ୟୁ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି।
ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟ ପ୍ରାଣୀମାନଙ୍କ ବ୍ୟବହାର ଓ କୌଣସି ଅସ୍ବାଭାବାବିକ ମୃତ୍ୟୁ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି। ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀମାନଙ୍କୁ ବାର୍ଡ ଫ୍ଲୁ ସମ୍ବନ୍ଧୀୟ ପ୍ରସ୍ତୁତ, ନିୟନ୍ତ୍ରଣ ଓ ନିରୋଧ କାର୍ଯ୍ୟାନ୍ବୟନ ଯୋଜନା ସହ ମାନକ କାର୍ଯ୍ୟ ସଂପାଦନ ପ୍ରକ୍ରିୟା ବିଷୟରେ ଅବଗତ କରାଯାଇ ଏହାର କାର୍ଯାନ୍ବୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଜ୍ୟର ବିଭିନ୍ନ ଅଂଚଳକୁ ପକ୍ଷୀମାନଙ୍କ ରକ୍ତ, ଲାଳ, ନାଜାଲ ସ୍ବାବ, କ୍ଲୋଆକାଲ ସ୍ବାବ ଓ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି।
ରାଜ୍ୟ ସ୍ତରରେ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ, ଆଂଚଳିକ ସ୍ତରରେ ରୋଗର ନିରୀକ୍ଷଣ ପରୀକ୍ଷାଗାର ତଥା ରାଜ୍ୟ ପ୍ରାଣୀରୋଗ ପରୀକ୍ଷାଗାର ଏବଂ ଜିଲ୍ଲା ସ୍ତରରେ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାର ଗୁଡ଼ିକୁ ପୂର୍ଣ୍ଣ କ୍ଷମତା ସହ ନମୁନା ପରୀକ୍ଷଣ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଲକାତା ଠାରେ ଥିବା ଆଂଚଳିକ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରକୁ ମଧ୍ୟ ନମୁନା ପ୍ରେରଣ କରାଯାଉଛି। ସାଂପ୍ରତିକ ବହିରାଗତ ପକ୍ଷୀ ଋତୁରେ ଏପର୍ଯ୍ୟନ୍ତ ପ୍ରାୟ ୧୧୦୦୦ ନମୁନା ସଂଗ୍ରହ କରି ପରୀକ୍ଷା କରାସରିଲାଣି ଓ କୌଣସିଟିରେ ଏହି ରୋଗ ପ୍ରକାଶ ପାଇନାହିଁ। ଆଜି ପ୍ରାୟ ୩୦୦ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି।
Follow Us