ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦିଆଯାଇଥିଲା। ଏନେଇ ୧୭ ନଭେମ୍ବରରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।
ତେବେ ସରକାର ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବା ନେଇ ମନା କରିବା ପରେ ସଂଘ ଗୁରୁବାର ଧର୍ମଘଟ ଡାକରା ପ୍ରତ୍ୟାହାର କରିଛି।
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ AOBOA ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପ ବସ୍ ଅପରେଟରମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଥିଲା। କାରଣ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯିବା ପାଇଁ ସରକାରୀ ଯୋଜନା ଦ୍ବାରା ସେମାନେ ଆମକୁ ଅଯଥାରେ ହଇରାଣ କରିବା ସହିତ ବସ୍ ସେବାରେ ବାଧା ଏବଂ ଦଣ୍ଡ ଭିତ୍ତିକ କାର୍ଯ୍ୟାନୁଷ୍ଠାନ ବଢ଼ିବାର ଆଶଙ୍କା ରହିଥିଲା।
ଆହୁରି ପଢ଼ନ୍ତୁ:Brown sugar seized: ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ସହ ୩ ମୋବାଇଲ ୨ ବାଇକ ଜବତ: ୩ କୋର୍ଟ ଚାଲାଣ
ମାତ୍ର ସରକାର ଅତିରିକ୍ତ କ୍ଷମତା ପ୍ରଦାନ ନେଇ କୌଣସି ନିଷ୍ପତ୍ତି ନେଇ ନଥିବା କହିଛନ୍ତି। ପରିବହନ ବିଭାଗ ସହିତ ଆଲୋଚନା ପରେ ଏହା ଜଣାପଡ଼ିଛି। ତେଣୁ ଧର୍ମଘଟ କରିବାର ଆବଶ୍ୟକତା ନାହିଁ। ଆମେ ଧର୍ମଘଟ ଡାକରାକୁ ପ୍ରତ୍ୟାହାର କରୁଛୁ। ସରକାର ଏନେଇ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏଥିରେ ଖିଲାପ ହୁଏ ତେବେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୪୦ ବର୍ଷ ପୂର୍ବେ ଦୁର୍ନୀତି ଏବଂ କ୍ଷମତାର ଅପବ୍ୟବହାର ବୃଦ୍ଧି ଯୋଗୁ ସରକାରଙ୍କ ଏଭଳି ନିଷ୍ପତ୍ତି ବିଫଳ ହୋଇଥିଲା। ସେବେଠାରୁ, ପୁଲିସର ସମ୍ପୃକ୍ତି ବିନା ମୋଟର ଯାନ ଯାଞ୍ଚ୍ କରାଯାଉଛି।
ଧାରା ୧୮୪କୁ ଆମେ ସମର୍ଥନ କରୁଛୁ
ଧାରା ୧୮୪ ଅନୁଯାୟୀ ଦ୍ରୁତ ଏବଂ ଅବହେଳାପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଆରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି। ସେଥିରେ ହେଲମେଟ, ସିଟ୍ ବେଲ୍ଟ ଏବଂ ଟ୍ରିପଲ୍ ରାଇଡିଂ ଯାଞ୍ଚ ଅନ୍ତର୍ଭୁକ୍ତ ରହିଛି। ଏହା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଉପଯୋଗୀ ଥିବାରୁ ଆମେ ଏହାକୁ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି।
ପରବର୍ତ୍ତୀ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରିବା ପାଇଁ ସଂଘ ନଭେମ୍ବର ୨୫ ତାରିଖରେ ଏକ ସାଧାରଣ ବୋର୍ଡ ବୈଠକ କରିଥିଲା। ଯଦି ସରକାର ଆନୁଷ୍ଠାନିକ ଭାବରେ ପୁଲିସକୁ ଏହି କ୍ଷମତା ପ୍ରଦାନ କରିବାକୁ ମନା କରିଥିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହା ଡିସେମ୍ବର ୧ ରୁ ସାରା ଓଡ଼ିଶାରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ଦିଆଯାଇଥିବା ଡାକରାକୁ ପ୍ରତ୍ୟାହାର କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ସଂଘ ଜୁନ୍ ମାସରେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଜୁଲାଇ ୮ ତାରିଖରେ, ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଡ୍ରାଇଭର୍ସ ମହାସଂଘ ପକ୍ଷରୁ ବାଣିଜ୍ୟିକ ଯାନବାହନ ଚାଳକଙ୍କ ଦ୍ୱାରା ରାଜ୍ୟବ୍ୟାପୀ 'ଷ୍ଟିଅରିଂ ଛାଡ଼ ପ୍ରତିବାଦ ଆରମ୍ଭ ହୋଇଥିଲା। ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୧୪ ତାରିଖରେ ଓଡ଼ିଶା ଗସ୍ତ ପାଇଁ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସମ୍ମାନ ଜଣାଇ ଏହାକୁ ପ୍ରତ୍ୟାହାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/27/government-refuses-to-grant-additional-powers-to-police-odisha-bus-owners-association-withdraws-strike-call-2025-11-27-13-15-27.jpg)