ପିଏମ୍‌ପି ମେଡିକାଲ କଲେଜକୁ ୧୦୦ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଅନୁମତି ମାଗିଲେ ସରକାର: ୨୦୨୫-୨୬ ଶିକ୍ଷାବର୍ଷରୁ ପାଠପଢ଼ା

Advertisment

ଆସନ୍ତା ଶିକ୍ଷା ବର୍ଷରୁ ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକ‌ା‌ଲ କଲେଜ ଓ ଡାକ୍ତରଖାନାରେ ପାଠପଢ଼ା ହେବ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ହୋଇଛି।

Updated On

ଆସନ୍ତା ଶିକ୍ଷା ବର୍ଷରୁ ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକ‌ା‌ଲ କଲେଜ ଓ ଡାକ୍ତରଖାନାରେ ପାଠପଢ଼ା ହେବ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ହୋଇଛି।

ଅଦ୍ୟତନ ହୋଇଛି
Approved the proposed amendments to the Medical and Health Care Regulations 2017

Approved the proposed amendments to the Medical and Health Care Regulations 2017

ଅନୁଗୁଳ: ଆସନ୍ତା ଶିକ୍ଷା ବର୍ଷରୁ ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକ‌ା‌ଲ କଲେଜ ଓ ଡାକ୍ତରଖାନାରେ ପାଠପଢ଼ା ହେବ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ହୋଇଛି। ଏଥିପାଇଁ ଜାତୀୟ ମେଡିକାଲ କମିସନ୍‌ (ଏନ୍‌ଏମ୍‌ସି) ପାଖରେ ଆବେଦନ କରାଯାଇଛି। କମିସନ୍‌ ପାଖରୁ ଅନୁମତିପତ୍ର ମିଳିବା ପରେ ପାଠପଢ଼ା ନେଇ ପ୍ରକ୍ରିୟା ଆରମ୍ଭ ହେବ। ତାଳଚେରରେ ୫ ବର୍ଷ ହେଲା ମେଡିକାଲ କଲେଜ ଓ ଡାକ୍ତରଖାନାର କୋଠା ଉଦ୍‌ଘାଟିତ ହୋଇ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି। କଲେଜର ନବ ନିର୍ମିତ କୋଠା ଭୂତକୋଠି ପାଲଟିବାକୁ ବସିଥିଲା ବେଳେ ଲୋକମାନେ ଭଲ ସ୍ବାସ୍ଥ୍ୟସେବା ଟିକିଏ ପାଉନାହାନ୍ତି। ଏହାକୁ ନେଇ ସବୁ ମହଲରେ ଅସନ୍ତୋଷ ବଢ଼ିବା ପରେ ଏହି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଚଳାଇବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୧୦୦ ଏମ୍‌ବିବିଏସ୍‌ ଆସନରେ ପାଠପଢ଼ା ହେବ। ତାଳଚେରରେ ନବ ନିର୍ମିତ ମେଡିକାଲ କଲେଜ କୋଠାରେ ଏହି ପାଠପଢ଼ା ହେବାକୁ ନିଷ୍ପତ୍ତି ହୋଇଛି। ତେବେ ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲ୍‌ ଭାବେ ଅନୁଗୁଳସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାର କରାଯିବ। ଏଥିପାଇଁ ଉଭୟ ସ୍ଥାନରେ ପ୍ରସ୍ତୁତି ଚାଲିଛି। ତାଳଚେରସ୍ଥିତ କୋଠାକୁ ପୁଣି ଥରେ ମରାମତି କରାଯାଇ ପାଠପଢ଼ା ପାଇଁ ପ୍ରସ୍ତୁତ କରାଯାଉଛି। ପୁଣି ଷ୍ଟାଫ କ୍ବାର୍ଟର୍ସକୁ ସଜଡ଼ା ଯାଉଛି। ଏପଟେ ବିଭିନ୍ନ ବିଭାଗର ପ୍ରଫେସର‌୍ ଓ ସହକାରୀ ପ୍ରଫେସର୍‌ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଯୋଗ ଦେଲେଣି। ଦୁଇ ସପ୍ତାହ ଭିତରେ ସମସ୍ତ ବିଭାଗର ପ୍ରଫେସର୍‌ ଯୋଗ ଦେବାର ସମ୍ଭାବନା ରହିଛି। ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ନୂଆ ବିଭାଗ ଖୋଲା ଯାଉଛି। 

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୫-୨୬ ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ପାଇଁ ଏନ୍‌ଏମ୍‌ସି ପାଖରେ ଅନୁମତି ଲୋଡ଼ା ଯାଇଛି। ଖୁବ୍‌ଶୀଘ୍ର ଏନ୍‌ଏମ୍‌ସିର ଏକ ଟିମ୍‌ ଏଠାକୁ ଭିତ୍ତିଭୂମି ଦେଖିବାକୁ ଆସିବ। ଏହି ଟିମ୍‌ ଉଭୟ ତାଳଚେର ଓ ଅନୁଗୁଳରେ ଭିତ୍ତିଭୂମି ପରଖିବା ପରେ ରିପୋର୍ଟ ପ୍ରଦାନ କରିବ। ଏହି ଟିମ୍‌ର ରିପୋର୍ଟ ଉପରେ ମେଡିକାଲ କଲେଜର ଭାଗ୍ୟ ନିର୍ଭର କରୁଥିବାରୁ ଏହା ପୂର୍ବରୁ ଭିତ୍ତିଭୂମି କାମକୁ ବେଶ୍‌ ଗୁରୁତ୍ବ ଦେଇଛି ପ୍ରଶାସନ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୩ ଶହ ଶଯ୍ୟାକୁ ବୃଦ୍ଧି କରି ୪୨୦ ଶଯ୍ୟା ବିଶିଷ୍ଟ କରାଯାଉଛି। ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ଅଭାବକୁ ପୂରଣ କରାଯାଉଛି। ଏନ୍‌ଏମ୍‌ସି ଟିମ୍‌ ଏପ୍ରିଲ ପ୍ରଥମ ସପ୍ତାହରେ ଆସିବାର ସମ୍ଭାବନା ଥିବାରୁ ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଥିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଥିନେଇ ଅନୁଗୁଳ ସିଡିଏମ୍‌ଓ ଡା. ଶିବାନନ୍ଦ ମହାନ୍ତି କହିଛନ୍ତି, ମେଡିକାଲ କଲେଜ ଓ ଡାକ୍ତରଖାନା ପାଇଁ ନିଯୁକ୍ତି ପାଇଥିବା ପ୍ରଫେସର ଓ ଅନ୍ୟ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଲେଣି। ଆଉ କିଛି ବିଭାଗର ଡାକ୍ତର ଖୁବ୍‌ଶୀଘ୍ର ଯୋଗ ଦେବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟିଚିଂ ହସ୍‌ପିଟାଲ୍‌ ଭାବେ ବ୍ୟବହାର କରାଯାଉଥିବାରୁ ଏଠାକାର ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଉଛି। ଏନ୍‌ଏମ୍‌ସି ଟିମ୍‌ ଆସିବା ଆଗରୁ ସମସ୍ତ କାମ ଯେମିତି ଠିକଣା ଭାବେ ଶେଷ ହୋଇଥିବ ତା’ ଉପରେ ନଜର ରଖାଯାଇଛି ବୋଲି ସିଡିଏମ୍‌ଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe