ଆଇନଶୃଙ୍ଖଳା ପ୍ରତି ସରକାର ସଚେତନ ହୁଅନ୍ତୁ: ନିରଞ୍ଜନ

Advertisment

ସ୍ପଷ୍ଟ ଦିବାଲୋକରେ ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୂରରେ ଡକାୟତମାନେ ଅଳଙ୍କାର ଦୋକାନ ଲୁଟ୍ କରିବା ଏବଂ ୨ଜଣଙ୍କୁ ଗୁଳିକରି ମାରିବା ଘଟଣା ଦୁର୍ଭାଗ୍ୟଜନକ।

ସ୍ପଷ୍ଟ ଦିବାଲୋକରେ ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୂରରେ ଡକାୟତମାନେ ଅଳଙ୍କାର ଦୋକାନ ଲୁଟ୍ କରିବା ଏବଂ ୨ଜଣଙ୍କୁ ଗୁଳିକରି ମାରିବା ଘଟଣା ଦୁର୍ଭାଗ୍ୟଜନକ।

ssdsd

ଯାଜପୁର/ପାଣିକୋଇଲି: ସ୍ପଷ୍ଟ ଦିବାଲୋକରେ ଥାନା ଓ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ଶହ ମିଟର ଦୂରରେ ଡକାୟତମାନେ ଅଳଙ୍କାର ଦୋକାନ ଲୁଟ୍ କରିବା ଏବଂ ୨ଜଣଙ୍କୁ ଗୁଳିକରି ମାରିବା ଘଟଣା ଦୁର୍ଭାଗ୍ୟଜନକ। ଯଦି ସହରରେ ଏଭଳି ଘଟଣା ଘଟିବ; ତେବେ ଗାଁଗହଳିରେ ଲୋକମାନେ କିପରି ସୁରକ୍ଷିତ ରହିବେ ବୋଲି ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଗତ ୪ ତାରିଖରେ ପାଣିକୋଇଲି ବଜାରସ୍ଥିତ ପଣ୍ଡା ଅଳଙ୍କାର ଦୋକାନରେ ହୋଇଥିବା ଡକାୟତି ଓ ଗୁଳିକାଣ୍ଡ ଘଟଣାସ୍ଥଳକୁ ଶ୍ରୀ ପଟ୍ଟନାୟକ ଆଜି ଗସ୍ତକରି ଉଦ୍‌ବେଗ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ।

ପାଣିକୋଇଲି ଗୁଳିକାଣ୍ଡ ଘଟଣା

ଶ୍ରୀ ପଟ୍ଟନାୟକ ଆଜି ପଣ୍ଡା ଅଳଙ୍କାର ଦୋକାନର ମାଲିକ ଅଶୋକ ପଣ୍ଡା ଓ ତାଙ୍କ ବଡ଼ଭାଇ ପୂର୍ବତନ ସରପଞ୍ଚ କାର୍ତ୍ତିକ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଚତୁର୍ଭୁଜ ନାୟକଙ୍କ ସମେତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ,  ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଓ ବହିଦାର ହତ୍ୟାକାଣ୍ଡ ଭଳି ଅନେକ ସମ୍ବେଦନଶୀଳ ଘଟଣା ଉପରୁ ପୁଲିସ ଆଜି ପର୍ଯ୍ୟନ୍ତ ପରଦା ହଟାଇ ପାରିନାହିଁ। ପାଣିକୋଇଲି ବଜାରରେ ସ୍ପଷ୍ଟ ଦିବାଲୋକରେ ଅପରାଧୀମାନେ ଜଘନ୍ୟକାଣ୍ଡ ଘଟାଇବା ସହ ଆତଙ୍କ ଖେଳାଇଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଆଇନଶୃଙ୍ଖଳା ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe