ଡାକ୍ତର ନିଯୁକ୍ତି ନିୟମ ସରକାର ବାରମ୍ବାର ପରିବର୍ତ୍ତନ ନ କରନ୍ତୁ

Advertisment
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନଦୀ ପାର ହୋଇ ଜଙ୍ଗଲରେ ୮କିମି ଚାଲିଲେ ଡାକ୍ତର

Global News

ଭୁବନେଶ୍ବର : ବୟସ ଅତିକ୍ରାନ୍ତ କରିଥିବା ଡାକ୍ତରଙ୍କୁ ଆଉ ଥରେ ନିଯୁକ୍ତି ପରୀକ୍ଷା ଦେବାର ସୁଯୋଗ ଦିଆଯାଉ। ଡାକ୍ତର ନିଯୁକ୍ତି ନିୟମରେ ବାରମ୍ବାର ସରକାର ପରିବର୍ତ୍ତନ ନ କରନ୍ତୁ। ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ନେଇ ଆଜି ବିଧାନସଭାରେ ସରକାରଙ୍କୁ ଏପରି ନିବେଦନ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆମେ ସମସ୍ତେ ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି ବୋଲି ଏଠାରେ ଆଲୋଚନା କରୁଛେ। କିନ୍ତୁ ଛୋଟିଆ ଛୋଟିଆ କଥାକୁ ଦୃଷ୍ଟି ଦିଅନ୍ତେ ତାହେଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା।

ସ୍ବାସ୍ଥ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ନଥିବାରୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ପଟ୍ଟନାୟକ କହିଥିଲେ, ନିୟମିତ ଭାବରେ ଯଦି ଡାକ୍ତରମାନଙ୍କ ନିଯୁକ୍ତି ପ୍ରକ୍ରିୟା ସରକାର ହାତକୁ ନ ନିଅନ୍ତି ତାହେଲେ ଡାକ୍ତରମାନଙ୍କ ଅଭାବ ଲାଗିରହିଥିବ। ଗୋଟିଏ ଡାକ୍ତର ବାଧ୍ୟ ହୋଇ ୩ ଜାଗାରେ ଚାକିରି କରିବ। ଗତ ୩ ବର୍ଷ ଭିତରେ ଯଦି ଲକ୍ଷ୍ୟ କରାଯିବ ଡାକ୍ତରମାନଙ୍କ ନିଯୁକ୍ତି ନିୟମରେ ବାରମ୍ବାର ପରିବର୍ତ୍ତନ କରାଯାଇଛି। କେତେବେଳେ ଓପିଏସ୍‌ସି ପରୀକ୍ଷା କରି ପରୀକ୍ଷା ନମ୍ବର ସହିତ ସାକ୍ଷାତକାର ନମ୍ବରକୁ ମିଶାଇ ୫୦ ପ୍ରତିଶତ ନମ୍ବର ଦିଆଯାଉଛି। ଆଉ କେତେବେଳେ ସମ୍ପୂର୍ଣ୍ଣ ଭାବେ ପରୀକ୍ଷା ବାତିଲ କରାଯାଇ ସାକ୍ଷାତକାର ନମ୍ବରକୁ ନିଆଯାଉଛି। ନିୟମିତ ନିଯୁକ୍ତି ପ୍ରକ୍ରିୟା ନ ହେବା ଫଳରେ ବୟସ ଅତିକ୍ରାନ୍ତ ଲୋକମାନେ ଡାକ୍ତର ହେବା ପାଇଁ ରାଜି ହେଉନାହାନ୍ତି। ସରକାର ବାହାରୁ ଡାକ୍ତର ଆଣି ନିଯୁକ୍ତି ଦେଉଛନ୍ତି। ଏଥିରେ ୩ଟି ପ୍ରଶ୍ନ ଆସୁଛି। ପ୍ରଥମଟି ହେଲା ଯଦି ନିଜେ ପରୀକ୍ଷା ଦେଇଥିବା ଡାକ୍ତରମାନେ ଅନୁପଯୁକ୍ତ ହେଉଛନ୍ତି ତାହେଲେ ସେମାନେ ଯେଉଁ ରୋଗୀମାନଙ୍କୁ ଚିକିତ୍ସା କରିବେ ସେସବୁ ରୋଗୀମାନେ ଉପଯୁକ୍ତି ଚିକିତ୍ସା ପାଇବେ ତ? ଦ୍ବିତୀୟରେ ବାହାରୁ ଆଣୁଥିବା ଡାକ୍ତରମାନଙ୍କୁ ସରକାର ପଦପଦବିରେ ଅଧିଷ୍ଠିତ କରିବା ଫଳରେ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଲୋକମାନେ ସେମାନଙ୍କ ପଦୋନ୍ନତି ସମ୍ପର୍କରେ ଉଚିତ୍‌ ନ୍ୟାୟ ପାଉନାହାନ୍ତି। ଶେଷ କଥାଟି ହେଉଛି, ଯେଉଁ ଡାକ୍ତରମାନେ ଓଡ଼ିଶା ବାହାରୁ ଆସୁଛନ୍ତି ସେମାନେ ଓଡ଼ିଶା ଲୋକମାନଙ୍କର ଦୁଃଖ ଓ ସମସ୍ୟା ସମ୍ପର୍କରେ ବୁଝିପାରନ୍ତି ନାହିଁ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଯେଉଁ ଡାକ୍ତରମାନଙ୍କର ବୟସ ଅତିକ୍ରାନ୍ତ ହୋଇଛି ସେମାନଙ୍କୁ ନିଯୁକ୍ତି ପରୀକ୍ଷା ଦେବା ପାଇଁ ଆଉ ଥରେ ସୁଯୋଗ ଦିଆଯାଉ। ଏହାସହିତ ବାରମ୍ବାର ଡାକ୍ତର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ନ କରିବାକୁ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe