ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସରକାର ଦୃଷ୍ଟି ଦିଅନ୍ତୁ: ସମାଜବାଦୀ ପାର୍ଟି

Advertisment
ଓଡ଼ିଆ ଭାଷାର ବିକାଶ ନିମନ୍ତେ ଅନୁଦାନରେ ପାତର ଅନ୍ତର: ସମାଜବାଦୀ ପାର୍ଟି

The Indian Wire

ଭୁବନେଶ୍ବର : ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଓଡ଼ିଆ ଭାଷା ଓ ସଂସ୍କୃତି ଅବହେଳିତ ହୋଇ ପଡ଼ିଛି। ସେଠାରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ସୁରକ୍ଷା ଓ ସୁଧାର ପାଇଁ ଦାବି କରିଛି ସମାଜବାଦୀ ପାର୍ଟି। ଏ ନେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି।

ପଶ୍ଚିମବଙ୍ଗ ଓ ଆନ୍ଧ୍ରର କିଛି ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ମାଧ୍ୟମ ସ୍କୁଲ ପିଲାମାନଙ୍କୁ ରାଜ୍ୟ ସରକାର ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ବହିପତ୍ର ଯୋଗାଇ ଦିଆଯାଇଛି। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ କିଛି କିଛି ଜାଗାରେ ପିଲାମାନଙ୍କୁ ପାଠ୍ୟପୁସ୍ତକ ଯୋଗାଣ ହୋଇଛି। ମାତ୍ର ବହୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାସିକ ମାତ୍ର ୩ ହଜାର ଟଙ୍କା ଦରମା ଦିଆଯାଉଛି। ଓଡ଼ିଆମାନଙ୍କର ଭାଷା ସଂସ୍କୃତିର ସୁରକ୍ଷା ଓ ସେହି ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆମ ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀମାଙ୍କ ଭଳି ନିୟମିତ ଦରମା ଦେବା, ସେହିସବୁ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ହାଇସ୍କୁଲ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଶ୍ରୀ ବେହେରା ପତ୍ରରେ ଉଲ୍ଲେଖ କରିଛନ୍ତି। ବିଧାନସଭାର ଗୃହ କମିଟି ସେହିସବୁ ଅଞ୍ଚଳ ଗସ୍ତ କରି ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବେହେରା ଗୃହ କମିଟିର ସଦସ୍ୟମାନଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଆଗାମୀ ସଂସଦ ଅଧିବେଶନରେ ରାଜ୍ୟର ସାଂସଦମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ଏ ବିଷୟ ନେଇ ଆଲୋଚନା କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ଏ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରୀ ବେହେରା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe