ଡାକ୍ତରଖାନକୁ ଔଷଧ ଯୋଗାଣ ଲାଗି ସରକାରଙ୍କ ପଦକ୍ଷେପ : ଯୋଗାଣକାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି, ଯୋଗାଣର ୨୪ ଘଣ୍ଟା ମଧ୍ୟରେ ପୈଠ ହେବ ପୂରା ଟଙ୍କା

ଡାକ୍ତରଖାନକୁ ଔଷଧ ଯୋଗାଣ ଲାଗି ସରକାରଙ୍କ ପଦକ୍ଷେପ : ଯୋଗାଣକାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି, ଯୋଗାଣର ୨୪ ଘଣ୍ଟା ମଧ୍ୟରେ ପୈଠ ହେବ ପୂରା ଟଙ୍କା

ଭୁବନେଶ୍ବର: ସବୁ ଚିକିତ୍ସାଳୟକୁ ତୁରନ୍ତ ଜିନିଷପତ୍ର ଯୋଗାଇବା ନେଇ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଔଷଧ ନିଗମ ପକ୍ଷରୁ ବିଭିନ୍ନ ହସ୍ପିଟାଲକୁ ଯୋଗାଣ ଲାଗି କିଣାଯାଉଥିବା ଔଷଧକୁ ଯଦି ଯୋଗାଣକାରୀ ବ୍ୟାବସାୟିକ ସଂସ୍ଥା ସମୟ ପୂର୍ବରୁ ଦିଅନ୍ତି ତେବେ ତାଙ୍କୁ ଇନସେନଟିଭ୍ ବା ପ୍ରୋତ୍ସାହନ ରାଶି ପ୍ରଦାନ ଦିଆଯିବ ବୋଲି ଘୋଷଣା ହୋଇଛି।

ତେବେ କରୋନା ମୁକାବିଲା ପାଇଁ ବିଭିନ୍ନ ମେଡିକାଲରେ ଔଷଧ ମହଜୁଦ ରହିବା ଉପରେ ଗୁରୁତ୍ୱ ଦିଆଯାଉଛି । ଡାକ୍ତରମାନେ ଅହରହ ମେଡିକାଲରେ ସେବା ଯୋଗାଇ ଆସୁଛନ୍ତି । ଆଉ ଏଭଳି ସ୍ଥିତିରେ ମେଡିକାଲରେ ଔଷଧ ଯୋଗାଣ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ପାଇଁ ବିତରକମାନଙ୍କୁ ଆର୍ଥିକ ପ୍ରେ‌ାତ୍ସ‌ାହନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

publive-image

ଓଡିଶା ରାଜ୍ୟ ଔଷଧ ସେବା ନିଗମକୁ ଯେଉଁମାନେ ଔଷଧ ଯୋଗାଣ  କରୁଛନ୍ତି ସେମାନେ ଯଦି ଶୀଘ୍ର ଏବଂ ସୁଚାରରୂପେ ଯୋଗାଣ କରନ୍ତି ତେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୫୦ ପ୍ରତିଶତ ଅଧିକ ଅର୍ଥ ଦିଆଯିବ । ୭ ଦିନ ଆଗରୁ ଔଷଧ ଯୋଗାଇଲେ ମିଳିବ ୫୦ ପ୍ରତିଶତ ଅଧିକ ଅର୍ଥ । ସେହିପରି ୧୫ ଦିନ ପାଇଁ ୨୫ ପ୍ରତିଶତ ଏବଂ ୩୦ ଦିନ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ମିଳିବ । ଆଉ ଔଷଧ ଖର୍ଚ୍ଚ ପାଇଁ ସମସ୍ତ ପରିବହନ ଖର୍ଚ୍ଚ ସରକାର ଦେବେ । ଯେଉଁ ଜିନିଷ ସେମାନେ ଯୋଗାଇଥିବେ ତାର ସମସ୍ତ ଟଙ୍କା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଦିଆଯିବ ବୋଲି ସୁବ୍ରତ ସୂଚନା ଦେଇଛନ୍ତି ।

ତେବେ କରୋନା ମୁକାବିଲା ପାଇଁ ଆଜି ୩୦ ଜିଲ୍ଲାକୁ ସରକାର ସାଢେ ୪୪ କୋଟି ଟଙ୍କା ପଠାଇଛନ୍ତି । ପରିସ୍ଥିତିର ପ୍ରତିରୋଧ ପାଇଁ ବ୍ୟବସ୍ଥା କରିବାକୁ ଏ ସବୁ ଟଙ୍କା ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାକୁ ପଠାଇଥିବା ସୁବ୍ରତ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe