ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଛପାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ ସରକାର

Advertisment

ଏଣିକି ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍। ଏନ୍‌ଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍। ଗତ କିଛି ବର୍ଷ ଧରି ପ୍ରଶ୍ନପତ୍ର ଲିକ୍ ନେଇ ଖବର ଆସୁଥିବା ବେଳେ ଏହାର ସମାଧାନ ପାଇଁ ଏସଓପି ଜାରି କରାଯାଇଛି।

ଏଣିକି ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍। ଏନ୍‌ଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍। ଗତ କିଛି ବର୍ଷ ଧରି ପ୍ରଶ୍ନପତ୍ର ଲିକ୍ ନେଇ ଖବର ଆସୁଥିବା ବେଳେ ଏହାର ସମାଧାନ ପାଇଁ ଏସଓପି ଜାରି କରାଯାଇଛି।

New Project (1)

ଭୁବନେଶ୍ବର: ଏଣିକି ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍। ଏନ୍‌ଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍। ଗତ କିଛି ବର୍ଷ ଧରି ପ୍ରଶ୍ନପତ୍ର ଲିକ୍ ନେଇ ଖବର ଆସୁଥିବା ବେଳେ ଏହାଦ୍ବାରା ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହେଉଛନ୍ତି। ପ୍ରଶ୍ନପତ୍ର ଲିକ୍ ପାଇଁ ପରୀକ୍ଷା ବାତିଲ୍ ହେଉଥିବାରୁ ନିରାଶ ହେଉଛନ୍ତି ଛାତ୍ରଛାତ୍ରୀ। ବାରମ୍ବାର ଏଭଳି ହେଉଥିବା ନେଇ ନଜରକୁ ଆସିବା ପରେ ଏବେ ଏହାର ସମାଧାନର ବାଟ ବାହାର କରିଛନ୍ତି ସରକାର। ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ଏସଓପି ଆଣିଛନ୍ତି ସରକାର।

ନିଯୁକ୍ତି ପରୀକ୍ଷା କିମ୍ବା ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରିବା ସମୟରେ ଏସଓପି କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ବିଭାଗର ମୁଖ୍ୟ, ସମସ୍ତ ଜିଲ୍ଲପାଳ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଦେଇ ଏବିଷୟରେ ଜଣାଇଛନ୍ତି। ବିଭିନ୍ନ ନିଯୁକ୍ତି ସଂସ୍ଥା ଏପରି ପରୀକ୍ଷା ପରିଚାଳନା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ଅନୁସରଣ କରନ୍ତି, ଯାହାଦ୍ବାରା ପ୍ରାୟତଃ ପ୍ରକ୍ରିୟାରେ ତ୍ରୁଟି ଥିବ‌ା ନେଇ ଅଭିଯୋଗ ହୁଏ। ଏବେ ସରକାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି।

ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତରେ ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପତ୍ର ପ୍ରିଣ୍ଟିଂ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଶ୍ନପତ୍ର ଲିକ୍ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲ୍‌ରେ ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ। ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ। ପରୀକ୍ଷା କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତା(ଏଆଇ)ଟୁଲ୍‌ର ବ୍ୟବହାର କରାଯିବ। ଏହା ସହ ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କଣ୍ଟ୍ରୋଲ ଓକାକ୍ କିମ୍ବା ଏନ୍‌ଆଇସି ପାଖରେ ରହିବ।

ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ ଓ ବିଶ୍ଵ ବିଦ୍ୟାଳୟରେ କରଯିବ। ପରୀକ୍ଷା ପରିଚାଳନା ସଂସ୍ଥାମାନେ ଆଉ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ। ସୁରକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ। ଏପରିକି ଆଗାମୀ ଦିନରେ ପରୀକ୍ଷା ପରିଚାଳନା ଯେମିତି କୌଣସି ଏଜେନ୍ସି କିମ୍ବା ଆଉଟସୋର୍ସିଂ ଦ୍ଵାରା ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ ସରକାର।

ପରୀକ୍ଷା ପାଇଁ ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ। ଫାଇନାଲ ପ୍ରଶ୍ନପତ୍ର ପ୍ରସ୍ତୁତଠାରୁ ପରୀକ୍ଷା ହଲକୁ ଆସିବା ଯାଏ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀ ରହିବେ। ପୁଲିସ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାରେ ଜଣେ ଆଇଜି ରୢାଙ୍କର ଅଧିକାରୀ ରହିବେ। ପ୍ରଶ୍ନପତ୍ର ଖୋଲିବା ସମୟରେ ଭିଡିଓଗ୍ରାଫି କରଯିବ । ସେହିପରି ଅନ୍‌ଲାଇନ ପରୀକ୍ଷା ପାଇଁ ମଲ୍ଟି ଫାକ୍ଟର ଅଥେଣ୍ଟିକେସନ୍(ଏମ୍ଏଫ୍)କୁ ପରୀକ୍ଷା ପୂର୍ବରୁ ଯାଞ୍ଚ କରାଯିବ । 

ଏସଓପିରେ ଏହା ମଧ୍ୟ ଲେଖାଯାଇଛି ଯେ, ଅନ୍‌ଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ । ୱେବ୍‌ମ, ଇଣ୍ଟରନେଟ୍ ଆଦି ଟେକ୍ନିକାଲ ଉପକରଣକୁ ବି ଯାଞ୍ଚ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe