ଘରୋଇ ହସ୍ପିଟାଲରେ ସରକାରୀ ଟିକାକୁ ନା, ଟିକା ଫେରାଇ ଆଣିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ

Advertisment
ଶତ ପ୍ରତିଶତ ଟିକାକରଣ ପରେ ବୁଷ୍ଟର ଡୋଜ୍‌ ଦିଆଯିବା ଭଲ

International Banker

ଭୁବନେଶ୍ବର : ରାଜ୍ୟର ଘରୋଇ ଡାକ୍ତରଖାନାରେ ସରକାର ଦେଉଥିବା ଟିକା ଦିଆଯାଇ ପାରିବ ନାହିଁ। କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକା ନୀତିରେ ‌ଘରୋଇ ହସ୍ପିଟାଲ‌ମାନେ ସିଧାସଳଖ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ଟିକା କିଣିବା ଲାଗି କୁହାଯାଇଛି। ତେଣୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକାକୁ ବନ୍ଦ କରିଦେବା ସହିତ ଯଦି କୌଣସି ଟିକା ମହଜୁଦ ଥାଏ, ତାହାକୁ ଫେରାଇ ଆଣିବା ଲାଗି କୁହାଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର କିଣୁଥିବା ଟିକାକୁ ରାଜ୍ୟର କେତେକ ଘରୋଇ ଡାକ୍ତରଖାନାରେ କ୍ୟାମ୍ପ୍ କରି ଟିକା ଦେବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା। କେବଳ ୧୮-୪୪ବର୍ଗର ଲୋକଙ୍କୁ ଟିକା ଦେବାର ଏଥିରେ ବ୍ୟବସ୍ଥା ରହିଥିଲା। ମାତ୍ର କେନ୍ଦ୍ର ସରକାର ୧୮-୪୪ବର୍ଗ ସହିତ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ମାଗଣ‌ାରେ ଟିକା ଯୋଗାଣ କରୁଥିବାରୁ ଘରୋଇ ଡାକ୍ତରଖାନାରେ କ୍ୟାମ୍ପକୁ ବାତିଲ କରାଯାଇଛି। ଯଦି କୌଣସି ଘରୋଇ ହସ୍ପିଟାଲରେ ଟିକା ମହଜୁଦ ଥାଏ, ତାହାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe