ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ନରସିଂହ ମିଶ୍ର କହିଲେ- ସରକାର ନିୟମ ଉଲ୍ଲଂଘନ କରିଛନ୍ତି

Advertisment
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ନରସିଂହ ମିଶ୍ର କହିଲେ- ସରକାର ନିୟମ ଉଲ୍ଲଂଘନ କରିଛନ୍ତି

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବରିଷ୍ଠ କଂଗ୍ରେସ ନେତା ମୁହଁ ଖୋଲିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରିଛନ୍ତି। ଏଏସ୍ଆ‌ଇ ସ୍ୱୀକାର କରୁଛି ଯେ ସେ ନିର୍ମାଣକୁ ଅନୁମତି ଦେଇନି। ହାଇକୋର୍ଟ ପ୍ରକଳ୍ପ କାମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ। ଗୃହ କମିଟି ଗଠନ ହୋଇଥିଲେ ବି କମିଟି ଏଯାଏ ପ୍ରକଳ୍ପ ବୁଲିି ଦେଖିନି।

ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇର ସତ୍ୟପାଠ ପରେ ଟ୍ୱିଟ କରି ରାଜ୍ୟ ସରକାରଙ୍କ ଉପ‌ରେ ଭୀଷଣ ବର୍ଷିଛନ୍ତି। ସେ ଏକ ଟ୍ବିଟ୍‌ କରି ଲେଖିଛନ୍ତି ଯେ ‘ଓଡ଼ିଶା ରାଜ୍ୟ ସରକାରଙ୍କୁ ମୁଁ ଏକ ଅଣରାଜନୈତିକ ପରାମର୍ଶ ଦେବାକୁ ଚାହିଁବି। ସେ ତାଙ୍କର ଅହଂକାର ଓ ‘କଳାପାହାଡ଼’ ମାନସିକତାକୁ ପରିତ୍ୟାଗ କରନ୍ତୁ। ସେ କରୁଥିବା ଭୁଲ୍‌କୁ ହୃଦୟଙ୍ଗମ କରନ୍ତୁ। ଆମର ମହାନ ଐତିହ୍ୟର ପ୍ରତ୍ନତାତ୍ତ୍ବିକ ଅବଶିଷ୍ଟାଂଶକୁ ଓଡ଼ିଶା ସରକାର ଯଦି ନଷ୍ଟ କରିଦିଅନ୍ତି ତେବେ ଭବିଷ୍ୟତ ତାଙ୍କୁ କେବେ କ୍ଷମା କରିବ ନାହିଁ।’

ଅନ୍ୟପଟରେ ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି, ‘ଏନ୍‌ଏମ୍‌ଏ’ର ଏନ୍ଓସିରେ କାମ ହେଉଛି। ଏଏସ୍‌ଆଇ ଅନୁମତି ଦେଇଥିବା କେବେ କହିନୁ, ହାଇକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପକଳ୍ପର ନିର୍ମାଣ କାମ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି, ଯାହା କିଛି ହେଉଛି ଆଇନର ପରିସର ଭିତରେ ହିଁ ହେଉଛି। କେଉଁଠି ଲେଖା ହୋଇଛି ଥରେ ଡିପିଆର ହେଲେ ବଦଳିବନି। ଯାହାର ସମସ୍ୟା ଅଛି ସେମାନେ କୋର୍ଟକୁ ଯାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe