ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିଲେ ଜମି ଦେବେ ସରକାର

ଜମି ହରାଇଥିଲେ ଜମି ଦେବେ ସରକାର। ଏଭଳି ପ୍ରତିଶ୍ରୁତି ଦେଇ ଚର୍ଚ୍ଚ‌ାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ସରକାର ଜମି ଦେବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

New Project (1) (1)

ଭୁବନେଶ୍ବର: ଜମି ହରାଇଥିଲେ ଜମି ଦେବେ ସରକାର। ଏଭଳି ପ୍ରତିଶ୍ରୁତି ଦେଇ ଚର୍ଚ୍ଚ‌ାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ସରକାର ଜମି ଦେବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏନେଇ ଖୁବଶୀଘ୍ର ସବୁ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯିବ ବୋଲି ସେ କହିଛନ୍ତି। 

ତାଙ୍କ କହିବା ମୁତାବକ, ନିଆଳିରେ ୧୯୮୨ମସିହାରୁ ଏହି ସମସ୍ୟା ନଜରକୁ ଆସିଛି। ନିଆଳି ସହ ବଡମ୍ବାରେ ବି ବନ୍ୟା ସମୟରେ ନଦୀ ତା’ର ଗତିପଥ ବଦଳାଇବାରୁ ଅନେକ ଲୋକ ଜମି ହରାଇଛନ୍ତି। ସେମାନଙ୍କ ଜମି ନଦୀ ଭିତରକୁ ଚାଲି ଯାଇଥିବାରୁ ସେମାନେ ଏବେ ଜମିହୀନ ହୋଇଛନ୍ତି। ତେଣୁ ଏନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜମି ହରାଇଥିଲେ ସରକାର ଜମି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲପାଳମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ।

ଏବିଷୟରେ ଜଣାଇ ସେଟଲମେଣ୍ଟ କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ଟୋବର ସୁଦ୍ଧା ଏହି କାମ ଶେଷ କରିବାକୁ ସେ ଅଧିକାରୀଙ୍କୁ କହିଛନ୍ତି। 

ବର୍ଷ ବର୍ଷ ଧରି ବିଚାରଧୀନ ରହିଛି ଅନେକ ବନ୍ଦୋବସ୍ତ ସପର୍କିତ ଅଭିଯୋଗ। ବାପା ଆରମ୍ଭ କରିଥିବା ମାମଲାକୁ ପୁଅ ଲଢ଼ୁଥିବା ଦେଖିବାକୁ ମିଳୁଛି। ସେଥିପାଇଁ ଅକ୍ଟୋବର ଭିତରେ ସବୁ ସମସ୍ୟା ଶୁଣି ସମାଧାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଏହା ସହ ରାଜସ୍ବ କୋର୍ଟ କେମିତି ବୃଦ୍ଧି ହେବ ସେ ପ୍ରତି ବି ଗୁରୁତ୍ୱ ଦେଉଛି ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe