ସୁନ୍ଦରଗଡ଼: ହୀରାକୁଦ ଜଳଭଣ୍ଡାରରେ ଗାଁ ଓ ଘରବାରି, ଚାଷଜମି ଜଳସମାଧି ନେଇଗଲା ପରେ ତତ୍କାଳୀନ ସମ୍ବଲପୁରଜିଲ୍ଲା ଲଖନପୁର ବ୍ଲକ୍ ଖଜୁରଡିହିରୁ ବାପା ଜୟନାରାୟଣ ବିଶ୍ବାଳ ଓ ବଡ଼ବାପା ଈଶ୍ବର ବିଶ୍ବାଳଙ୍କ ସହ ବେଲାଳସେନଙ୍କ ଅଜାଆଈ ଚାଲିଆସିଲେ ଟାଙ୍ଗରପାଲି ବ୍ଲକ୍ ସାନପତ୍ରାପାଲିକୁ। ଏଠାରେ କୁଲିମଜୁରି କରି ଚଳିଥିଲେ। ବହୁବର୍ଷ ପରେ କିଛି ଜମି କିଣି ଏବଂ କିଛି ସରକାରୀ ଜମି ଦଖଲ କରି ଚାଷବାସ କଲେ। ଏଠି ବେଲାଳ ଓ ଭାଇ ରଞ୍ଜନଙ୍କ ଜନ୍ମ। ଇତିମଧ୍ୟରେ ଅଜାଆଈ ସହ ବାପା, ବଡ଼ବାପା ଚାଲିଗଲେଣି। କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ବେଲାଳଙ୍କ ଭାଗରେ ବାପା କିଣିଥିବା ୨ ଡିସିମିଲ ଘରଡିହ ଓ ଅଧଏକରରୁ କମ୍ ଚାଷଜମି ରହିଛି। ଡିହରେ ବେଲାଳ ଟିଣଛପର ଘରଟିଏ କରିବାବେଳେ କିଛି ସରକାରୀ ଜମିକୁ ମାଡ଼ି ଯାଇଥିଲେ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଗତବର୍ଷ ଜୁନ୍ ୧୮ରେ ତହସିଲଦାର ତାଙ୍କୁ ନୋଟିସ୍ ଦେଇ ୨୫ ତାରିଖ ସୁଦ୍ଧା ଘର ଖାଲି ନ କଲେ ଭାଙ୍ଗି ଦିଆଯିବ ବୋଲି ତାଗିଦ୍ କଲେ। ଜୁନ୍ ୨୫ରେ ମାଜିଷ୍ଟ୍ରେଟ୍, ପୁଲିସବଳ ଓ ଜେସିବି ଧରି ଘର ଭାଙ୍ଗିବାକୁ ପହଞ୍ଚି ଯାଇଥିଲେ। କୌଣସିମତେ ତାହା ସ୍ଥଗିତ ରହିଲା। ଏବେ ବେଲାଳଙ୍କୁ ମିଳିବ ୧୦ ଡିସିମିଲ ଘରଡିହ ପଟ୍ଟା। କେବଳ ଏକା ବେଲାଳ ନୁହନ୍ତି, ୭୦ ବର୍ଷ ଧରି ବିସ୍ଥାପନର ଲୁହରେ ପିଢ଼ି ପରେ ପିଢ଼ି ଭିଜି ସରକାରୀ ଖାତାରେ ଜବରଦଖଲକାରୀର ପରିଚୟରେ ବଞ୍ଚୁଥିବା ୪୬୫ ପରିବାରକୁ ସରକାର ଯୋଗାଇ ଦେବେ ଘରଡିହ। ପ୍ରଶାସନ ଏଥିପାଇଁ ପ୍ରକ୍ରିୟା ଚଳାଇଥିବାବେଳେ ଆସନ୍ତା ମେ’ ସୁଦ୍ଧା ପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍ ନିର୍ମାଣ କରିବ ‘ହାଲ୍’
୨୦୦୨ରେ ପୂର୍ବତନ ନବୀନ ପଟ୍ଟନାୟକଙ୍କ ସରକାର ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଘରଡିହ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ତାହା କେବଳ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ବିସ୍ଥାପିତ ପରିବାର ପାଖରେ ହିଁ ଅଟକିଗଲା। ସରକାରଙ୍କ ଘୋଷଣାର ୨୪ ବର୍ଷ ପରେ ୨୯.୧.୨୦୨୬ରେ ସମ୍ବଲପୁର ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମ୍ବଲପୁର, ଝାରସୁଗୁଡ଼ା ସମେତ ବରଗଡ଼, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ବସବାସ କରୁଥିବା ହୀରାକୁଦ ବିସ୍ଥାପିତଙ୍କୁ ପଟ୍ଟା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଫେବ୍ରୁଆରି ୬ ତାରିଖରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝି ହେମଗିରି, ଲେଫ୍ରିପଡ଼ା, ଟାଙ୍ଗରପାଲି, ସଦର ଓ ସବଡେଗା ତହସିଲଦାରଙ୍କୁ ଆସନ୍ତା ମେ’ ସୁଦ୍ଧା ଏ ସମସ୍ତ ଅଞ୍ଚଳର ବିସ୍ଥାପିତ ପରିବାରଙ୍କୁ ଚିହ୍ନଟ କରି ଘରଡିହ ପଟ୍ଟା ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ। ଏବେ ତହସିଲସ୍ତରରେ ବିସ୍ଥାପିତ ଚିହ୍ନଟ ପ୍ରକ୍ରିୟା ଚାଲିଛି।
ହେମଗିରି ତହସିଲ ଅନ୍ତର୍ଗତ କନିକା, କୁଚେଡେଗା, ହଲଦୀବାହାଲ ଆଦି ଗାଁର ୩୭୫ ବିସ୍ଥାପିତ ପରିବାର, ସବଡେଗା ତହସିଲରେ ୧୬, ଟାଙ୍ଗରପାଲି ତହସିଲରେ ୩୫, ଲେଫ୍ରିପଡ଼ା ତହସିଲରେ ୫ ଓ ସଦର ତହସିଲରେ ୩୪ ଜଣ ବିସ୍ଥାପିତ ଆବେଦନ କରିଥିବାବେଳେ ଆବଶ୍ୟକ ଯାଞ୍ଚ ପରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ। ଏହା ସହିତ ଅନ୍ୟ ବିସ୍ଥାପିତଙ୍କୁ ମଧ୍ୟ ଆବେଦନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/16/hirakud-2026-02-16-01-10-13.jpg)