ଲୋକଙ୍କ ସେବାରେ ବ୍ରତୀ ଥିବା ଆଦିବାସୀ ମହିଳାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ

Advertisment
ଲୋକଙ୍କ ସେବାରେ ବ୍ରତୀ ଥିବା ଆଦିବାସୀ ମହିଳାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ

୨୪ ବର୍ଷ ହେଲା ସୋସାଇଟି ଡା‌ଇରେକ୍ଟର
ଥରେ କଳାହାଣ୍ଡି-ନୂଆପଡ଼ା ଜିଲ୍ଲା ସମବାୟ ବ୍ୟାଙ୍କର ଉପସଭାପତି
ଗୋଟିଏ ଦସ୍ତଖତରେ ରାଇସମିଲ୍‌ ନିର୍ମିତ ହେଉଥିଲା, ହେଲେ ରହିବାକୁ ଭଲ ଘରେ ଖଣ୍ଡେ ବି ନାହିଁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଏମିତି ବି ଲୋକ ଅଛନ୍ତି ଯିଏ କି ଜନସେବାକୁ ନିଜ ପେସା ଭାବେ ଗ୍ରହଣ କରିଛନ୍ତି। ଜଣେ ଆଦିବାସୀ ମହିଳା ନରସେବା ନାରାୟଣସେବା ଭାବି ନିଜର ସମସ୍ତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏବେ କୁଳିମଜୁରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କର ଗୋଟିଏ ଦସ୍ତଖତରେ ଏକଦା ବଡ଼ ବଡ଼ ରାଇସ୍‌ ମିଲ୍‌ ନିର୍ମାଣ ହେଉଥିଲା। ହେଲେ ଆଜି ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ। ସେହିଭଳି ସ୍ୱାମୀଙ୍କ ପାଖରେ ସାଇକଲଟିଏ ମଧ୍ୟ ନାହିଁ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ କେଗାଁ ଗ୍ରାମରେ।

ପ୍ରକାଶ ଯେ ଗୋଲାମୁଣ୍ଡା ବ୍ଲକ୍‌ର କେଗାଁ, ଚପୁରିଆ, ସିନାପାଲି, ଖଲିଆପାଲି, ନୂଆଗାଁ ପଞ୍ଚାୟତକୁ ନେଇ ଚପୁରିଆ ସମବାୟ ସମିତି ଅବସ୍ଥିତ। କେଗାଁର ଗୋଲାପୀ ମାଝୀ ୧୯୯୬ ମସିହାରେ ପ୍ରଥମ କରି ଚପୁରିଆ ସମବାୟ ସମିତିର ଡାଇରେକ୍ଟର ଭାବେ ନିର୍ବାଚିତ ହୋଇଥିଲେ। ସେହିଦିନଠାରୁ ବିଗତ ୨୪ ବର୍ଷ ହେଲା ସମିତିର ଡାରେକ୍ଟର ଭାବେ କାର୍ଯ୍ୟ କରିଥିଲେ। ଗତ ୨୦୦୭ ମସିହାରେ ସମବାୟ ସମିତିର କଳାହାଣ୍ଡି- ନୂଆପଡ଼ା ଜିଲ୍ଲାର ଉପସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଗୋଲାପୀ ମାଝୀ ଓ ତାଙ୍କ ସ୍ୱାମୀ ଭକ୍ତରାମ ମାଝୀ ଜନସେବାକୁ ନିଜ ପେସା ଭାବେ ଗ୍ରହଣ କରିଛନ୍ତି। ସମୟ ଥିଲା ଗୋଲାପୀ ମାଝୀଙ୍କ କଳାହାଣ୍ଡି-ନୂଆପଡ଼ା ଜିଲ୍ଲା କୋଅପରେଟିଭ୍‌ ବ୍ୟାଙ୍କର ଉପସଭାପତି ଥିବା ସମୟରେ ଏକ ଦସ୍ତଖତରେ ଜିଲ୍ଲାରେ ଅନେକ ଅନେକ ବଡ଼ ରାଇସମିଲ୍‌ ନିର୍ମାଣ କରାଯାଇଛି। ହେଲେ ତାଙ୍କର ପାଖରେ ଘର ଖଣ୍ଡେ ନାହିଁ। ପୂର୍ବପୁରୁଷରୁ ଜମି ଟିକେ ଥିବାରୁ ସେଠାରେ ଚାଷ କରି କିଂବା କୁଳିମଜୁରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସହାୟତା କି ଘର ଖଣ୍ଡେ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଫଳରେ ପୂର୍ବପୁରୁଷ ନିର୍ମାଣ କରିଥିବା ଘରେ ରହୁଛନ୍ତି।

ଆମେ ଯଦି ଚାହିଁଥାନ୍ତୁ ତାହେଲେ ବଡ଼ ବଡ଼ କୋଠା ଓ ଚାରିଚକିଆ ଯାନରେ ଯିବାଆସିବା କରି ପରିଥାନ୍ତୁ। ସେଥିରେ ମୁଁ ଆତ୍ମତୃପ୍ତି ପାଇ ପାରିନଥାନ୍ତି। ଜନସାଧାରଣଙ୍କ ସେବାରେ ହିଁ ଆମ୍ଭକୁ ଆତ୍ମତୃପ୍ତି ମିଳିଛି ବୋଲି ଗୋଲାପୀ ମାଝୀ ଓ ତାଙ୍କ ସ୍ବାମୀ ଭକ୍ତରାମ ମାଝୀ କହିଛନ୍ତି। ବର୍ତ୍ତମାନ ଆମ୍ବ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe