ସରକାରଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟ ପକ୍ଷରୁ ଅତିରିକ୍ତ ୫କେଜି ଚାଉଳ

Advertisment
ଅପପୁଷ୍ଟି ଅଞ୍ଚଳ ରଣାଗୁଣ୍ଡି: ଆଧାର ନଥିବାରୁ ଆହାରରୁ ବଞ୍ଚିତ ଶତାଧିକ ଲୋକ

The Indian Express

ଭୁବନେଶ୍ୱର : କୋଭିଡ଼ର ଦ୍ବିତୀୟ ଲହର ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମେ’ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି।

ମେ’ ଓ ଜୁନ ଦୁଇମାସ ପାଇଁ ହିତାଧିକାରୀମାନଙ୍କୁ ଏହି ଅତିରିକ୍ତ ଚାଉଳ ମାଗଣାରେ ଦିଆଯିବ। ରାଜ୍ୟ ସରକାର ଏ ବାବଦରେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ। ଏହାଦ୍ବାରା ରାଜ୍ୟର ପ୍ରାୟ ୧୨ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଛି।

ପୂର୍ବରୁ କେନ୍ଦ୍ର ସରକାର ଏଭଳି ଘୋଷଣା କରିସାରିଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଅଧୀନରେ ଥିବା ଦେଶର ପ୍ରାୟ ୮୦କୋଟି ହିତାଧିକାରୀଙ୍କୁ ମେ’ ଓ ଜୁନ୍ ଦୁଇମାସ ପାଇଁ ଅତିରିକ୍ତ ଭାବେ ୫କେଜି ଚାଉଳ ବା ଗହମ ଦିଆଯିବା ସଂପର୍କରେ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe