ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରେ ଅନ୍ବେଷା ଯୋଜନାରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇ ନାହିଁ। ଏହାକୁ ନେଇ ବିରୋଧୀ ଦଳବିଧାୟକମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେମାନେ ଅଭିଯୋଗ କରିଥିଲେ ଯେ ଆଦିବାସୀ, ଦଳିତ ପିଲାମାନଙ୍କର ବିକାଶ ସରକାର ଚାହୁନାହାନ୍ତି। ଡବଲ୍ ଇଞ୍ଜିନ ସରକାର ସେମାନଙ୍କ ଉତ୍କୃଷ୍ଟ ଶିକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି। ଅନ୍ବେଷା ଯୋଜନାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଗଭୀର ଷଡ଼ଯନ୍ତ୍ର ଚାଲିଛି।
FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା
ଅନ୍ବେଷା ଯୋଜନା ବନ୍ଦ ନେଇ ସନ୍ଦେହ ପ୍ରକଟ
ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ: ଶାସକ ଦଳ
ଆଜି କଂଗ୍ରେସ ଦଳ ପକ୍ଷରୁ ଆସିଥିବା ଏହି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ସରକାର ବୈଷମ୍ୟତା ଦୂର କରିବା ପରିବର୍ତ୍ତେ ସୃଷ୍ଟି କରୁଛନ୍ତି। ୨୫ ହଜାର ପିଲା ଉନ୍ନତ ମାନର ପାଠପଢ଼ାରୁ ବଞ୍ଚିତ କରି ସରକାର କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ। ଆଦିବାସୀ ସମ୍ପ୍ରଦାୟକୁ ଉଠାଇବା ପାଇଁ ସରକାର କିଛି କରୁନାହାନ୍ତି। ଏ ସରକାର ଜାଣିଶୁଣି ଦଳିତ, ଆଦିବାସୀଙ୍କୁ ପ୍ରହାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ହୋଇଥିଲେ ବି ଆଦିବାସୀମାନଙ୍କୁ ତଳକୁ ତଳକୁ ନେଇଯାଉଛନ୍ତି। ଦାଶରଥୀ ଗମାଙ୍ଗୋ କହିଥିଲେ, ଅନ୍ବେଷା ଯୋଜନା କାର୍ଯ୍ୟକାରୀ ନକରାଇବା ଦୁର୍ଭାଗ୍ୟର ବିଷୟ। ଏସ୍ସି/ଏସ୍ଟି ପିଲାଙ୍କୁ ଭତ୍ତା ମିଳୁନି। ସେମାନେ ଉତ୍କୃଷ୍ଟ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି।
ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା କହିଲେ, ଅନ୍ବେଷା ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା। ୨୦୧୫-୧୬ରେ ଏହା ଆରମ୍ଭ ହୋଇଥିଲା। ପ୍ରତି ପାଞ୍ଚ ବର୍ଷରେ ଏହାର ସମ୍ପ୍ରସାରଣ ହୁଏ। ୨୦୨୫-୨୬ ଯାଏ ଏହାର ଅବଧି ସମ୍ପ୍ରସାରଣ ହୋଇଥିଲା। ତେଣୁ ଆଉ ପାଞ୍ଚ ବର୍ଷ ବଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି। ସେହି ବାହାନାରେ ଏବର୍ଷ ପିଲାଙ୍କୁ ନାମ ଲେଖାଇବାରେ ସୁଯୋ ଦିଆଗଲାନି। ଗଣେଶ୍ବର ବେହେରା କହିଲେ, ଏହି ପ୍ରସଙ୍ଗରେ ସରକାର ସନ୍ଦେହ ଦୂର କରନ୍ତୁ। ପ୍ରଦୀପ ଦିଶାରୀ ମଧ୍ୟ ସରକାରଙ୍କ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ।
ଶାସକ ଦଳ ବିଧୟକମାନଙ୍କର ଯୁକ୍ତି ଥିଲା, ଡବଲ୍ ଇଞ୍ଜିନ ସରକାରରେ ଏସ୍ସି/ଏସ୍ଟି ପିଲାଙ୍କ ବିକାଶ ପାଇଁ ବହୁ ପଦକ୍ଷେପ ନିଆଯାଉଛି। ସେମାନଙ୍କ ସହାୟତା ରାଶି ବଢ଼ିଛି। ହଷ୍ଟେଲ ସଂଖ୍ୟା ବଢ଼ିଛି। ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଅଣାଯାଇଛି। ଅନ୍ବେଷା ଯୋଜନା ବନ୍ଦ କରାଯାଇନି। ବିରୋଧୀ ଦଳର ଅଭିଯୋଗ ଭିତ୍ତିହୀନ। ଶାସକ ଦଳ ପକ୍ଷରୁ ରଘୁରାମ ମାଛ, ନରସିଂହ ଭାତ୍ରା, ରୁପୁ ଭାତ୍ରା ଓ ଭାଦବ ହାଁସଦା ଆଲୋଚନାରେ ଭାଗ ନେଇଥିଲେ।
ଯୋଜନାକୁ ଚାଲୁ ରଖିବା ପ୍ରସ୍ତାବ ବିଚାରାଧୀନ ଅଛି: ମନ୍ତ୍ରୀ
ଭୁବନେଶ୍ବର: ବିରୋଧୀ ଦଳର ଅଭିଯୋଗ ଉପରେ ଜବାବ ରଖି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀନିତ୍ୟାନନ୍ଦ ଗଣ୍ଡ କହିଲେ, ୨୦୧୫-୧୬ରୁ ଅନ୍ବେଷା ଯୋଜନା ଆରମ୍ଭ ହୋଇଛି। ରାଜ୍ୟର ୧୭ଟି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ସହରର ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷା ଉଦ୍ଦେଶ୍ୟରେ ଏହା କାର୍ଯ୍ୟକାରୀ ହେଉଛି। ପ୍ରତି ପାଞ୍ଚ ବର୍ଷରେ ଏହାର ତର୍ଜମା କରାଯାଏ। ୨୦୨୪-୨୫ ବର୍ଷରେ ଶେଷ ହୋଇଥିବା ପର୍ଯ୍ୟାୟର ମୂଲ୍ୟାୟନ କରାଯାଉଛି। ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀ ଗ୍ରହଣ କରାଯାଇ ନଥିଲେ ମଧ୍ୟ ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲୁ ରଖିବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ବର୍ତ୍ତମାନ ଏହି ଯୋଜନାରେ ୨୦,୪୭୩ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ୧୭ଟି ଜିଲ୍ଲାର ୧୬୩ଟି ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି। ଚଳିତ ବର୍ଷର ୧୫୮.୦୮ କୋଟି ଟଙ୍କାର ବ୍ୟୟବରାଦରୁ ବର୍ତ୍ତମାନ ୧୦୫.୧୬ କୋଟି ଟଙ୍କା ଜିଲ୍ଲା ପ୍ରଶାସନଗୁଡ଼ିକୁ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ଉଦ୍ଦେଶ୍ୟ ସରକାରଙ୍କ ଆଦୌ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/30/assembly-2025-11-30-02-04-11.jpg)