ଭୁବନେଶ୍ବର: ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍ ରହିଛି। ଚଳିତବର୍ଷ ରାଜଧାନୀରେ ୩୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ଏହି ଦୁଇ ଅଞ୍ଚଳରୁ ଶହେରୁ ଅଧିକ ରୋଗୀ ବାହାରିଛନ୍ତି। ଯାହାକି ରାଜଧାନୀରୁ ଚିହ୍ନଟ ହୋଇଥିବା ସମୁଦାୟ ରୋଗୀଙ୍କ ୩୨ ପ୍ରତିଶତ।
Mechanical cleaning: ରାଜଧାନୀ ରାସ୍ତାରେ ହେବ ଯାନ୍ତ୍ରିକ ସଫେଇ
ଚଳିତବର୍ଷ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ କମ୍ ରହିଛି। ହେଲେ ପଟିଆ ଓ ଚନ୍ଦ୍ରଶେଖରପୁର ଭଳି ଅଞ୍ଚଳରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳରେ ଡେଙ୍ଗୁ ରୋଗ କିଭଳି ନ ବ୍ୟାପିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇନାହିଁ। ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ସୂଚନା ଅନୁସାରେ, ଚଳିତବର୍ଷ ଅକ୍ଟୋବର ୨୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ୩୨୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ପ୍ରଶାନ୍ତିବିହାର ୧୮, ପଟିଆ ୧୯, ଶିଖରଚଣ୍ଡୀନଗର ୧୯, ନୀଳାଦ୍ରିବିହାର ୧୦ ଓ ଶୈଳଶ୍ରୀବିହାରର ୮ଜଣ ରୋଗୀ ରହିଛନ୍ତି। ଏହାସହ ସାଲିଆସାହିରୁ ମଧ୍ୟ ୧୬ଜଣ ରୋଗୀ ରହିଛନ୍ତି। ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ଜଣ ହେଉଛନ୍ତି ବସ୍ତି ଅଞ୍ଚଳର। କେବଳ ଜୁନ୍ ପହିଲାରୁ ଜୁଲାଇ ୧୫ତାରିଖ ଭିତରେ କେବଳ ୧୧୨ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏବେ କ୍ୟାପିଟାଲ୍ ହସ୍ପିଟାଲରେ ୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁରେ କେହି ପ୍ରାଣ ହରାଇନାହାନ୍ତି। ଡେଙ୍ଗୁ ନ ବ୍ୟାପିବା ପାଇଁ ବିଏମ୍ସି ଅଞ୍ଚଳରେ ୧୦୦ଜଣ ଡେଙ୍ଗୁ ସ୍ବେଚ୍ଛାସେବୀ ପ୍ରଶିକ୍ଷିତ ହୋଇଛନ୍ତି ବୋଲି ସେ କହିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/02/untitled-23-2025-12-02-08-12-58.jpg)