ନୂଆଦିଲ୍ଲୀ: ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ସମେତ ମଶାବାହିତ ରୋଗ ବୃଦ୍ଧି ପାଉଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର ଗବେଷକମାନେ ଗୁରୁବାର ଏକ ଅଭିନବ ମଶା ନିବାରକ ଡିଟରଜେଣ୍ଟ୍‌ର ବିକାଶ ବିଷୟରେ ସୂଚନା ଦେଇଛନ୍ତି।

Advertisment

Accident: ଉତ୍ତରପ୍ରଦେଶରେ ଦୁର୍ଘଟଣା ଗୋଟିଏ ପରିବାରର ୬ ମୃତ


ବର୍ତ୍ତମାନ, ମଶା ବିରୁଦ୍ଧରେ ଉପଲବ୍ଧ ସୁରକ୍ଷା ବ୍ୟବସ୍ଥାରେ ତରଳ ପଦାର୍ଥ, କୁଣ୍ଡଳୀ, ଲୋସନ, କ୍ରିମ୍, ରୋଲ-ଅନ୍‌, ସ୍ପ୍ରେ ଓ ପ୍ୟାଚ୍ ଅନ୍ତର୍ଭୁକ୍ତ। ତଥାପି ଏହି ବିକଳ୍ପଗୁଡ଼ିକ ମଶାମାନଙ୍କୁ ପ୍ରଭାବଶାଳୀ ଭାବରେ ଘଉଡ଼ାଇବା ପାଇଁ ସକ୍ଷମ ହୁଅନ୍ତି ନାହିଁ। ଉଦାହରଣ ସ୍ୱରୂପ, କ୍ରିମ୍ ଓ ଲୋସନ୍ ପରି ଦେହରେ ଲଗାଇବା ଜିନିଷ ସମୟ ଅନୁସାରେ ପ୍ରଭାବ ହରାଇପାରେ, ଯାହା ମଶା କାମୁଡ଼ିବା ଓ ଆନୁଷଙ୍ଗିକ ରୋଗର ଆଶଙ୍କା ବଢାଇପାରେ। ଗବେଷକମାନେ କହିଛନ୍ତି ଯେ, ନୂତନ ମଶା ନିବାରକ ଡିଟରଜେଣ୍ଟ ଉଭୟ ପାଉଡର ଓ ତରଳ ଆକାରରେ ଉପଲବ୍ଧ। ଏଥିରେଲୁଗା ସଫାହେବା ସହିତ ସେହି ଲୁଗା ପିନ୍ଧୁଥିବା ଲୋକଙ୍କୁ ମଶା କାମୁଡ଼ି ନ ଥାଏ। ଏହି ଉତ୍ପାଦଗୁଡିକ ଏକ ବାଣିଜ୍ୟିକ ଲାବୋରେଟୋରିରେ ପରୀକ୍ଷା କରାଯାଇଛି ଏବଂ ମଶା ଘଉଡାଇବା ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ବୋଲି ଆଇଆଇଟି ଦିଲ୍ଲୀର ଟେକ୍ସଟାଇଲ୍ ଓ ଫାଇବର ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜାଭେଦ୍ ନବୀବକ୍ଷା ଶେଖ୍ କହିଛନ୍ତି।

Horoscope 2025 November 28: ଜାଣନ୍ତୁ ଆଜିର ରାଶିଫଳ


ଏହି ପରୀକ୍ଷଣରେ ଏକ ‘ହ୍ୟାଣ୍ଡ-ଇନ୍-କେଜ୍’ ପଦ୍ଧତି ଅନ୍ତର୍ଭୁକ୍ତ ଥିଲା, ଯେଉଁଠାରେ ସ୍ୱେଚ୍ଛାସେବୀମାନେ ଭୋକିଲା ମଶା ଥିବା ଏକ ବାକ୍ସରେ କପଡ଼ାରେ ଗୁଡ଼ା ହାତ ଭର୍ତ୍ତି କରିଥିଲେ। ଏହା ପରେ କପଡା ଉପରେ ଅବତରଣ କରୁଥିବା ମଶା ସଂଖ୍ୟାର ମୂଲ୍ୟାଙ୍କନ କରାଯାଇଥିଲା। ଉକ୍ତ ଡିଟରଜେଣ୍ଟରେ ଧୁଆ ହୋଇଥିବା କପଡ଼ା ଉପରେ ଯଥେଷ୍ଟ କମ୍ ସଂଖ୍ୟକ ମଶା ବସିଥିଲେ। ଡିଟରଜେଣ୍ଟ୍‌ର ସକ୍ରିୟ ଉପାଦାନଗୁଡ଼ିକ ଧୋଇବା ପ୍ରକ୍ରିୟା ସମୟରେ ଫାଇବର ସଂସ୍ପର୍ଶରେ ଆସନ୍ତି, ଯାହା ସେଗୁଡ଼ିକୁ ମଶା ପାଇଁ କମ୍ ଆକର୍ଷଣୀୟ କରିଥାଏ। ସକ୍ରିୟ ଉପାଦାନଗୁଡ଼ିକ ମଶାମାନଙ୍କର ଉଭୟ ଗନ୍ଧ ଓ ସ୍ୱାଦ ସେନ୍ସର ଉପରେ କାମ କରେ ବୋଲି ପ୍ରଫେସର ଶେଖ କହିଛନ୍ତି। ଯେହେତୁ କପଡ଼ାକୁ ବାରମ୍ବାର ଧୁଆଯାଏ, ପ୍ରତ୍ୟେକ ଧୋଇବା ସହିତ ମଶା ନିବାରଣକାରୀ ଗୁଣ ପୁନଃ ସୃଷ୍ଟି ହୁଏ, ଯାହା ଉଭୟ ଦକ୍ଷତା ଓ ସ୍ଥାୟିତ୍ୱ ସୁନିଶ୍ଚିତ କରେ। ଏ ନେଇ ଏକ ପେଟେଣ୍ଟ୍‌ ଦାଖଲ ହୋଇସାରିଛି ଏବଂ ଖୁବ୍‌ଶୀଘ୍ର ଏହି ଉତ୍ପାଦଗୁଡ଼ିକର ବ୍ୟବସାୟୀକରଣ ଆଶା କରାଯାଉଛି ବୋଲି ଅନୁଷ୍ଠାନ କହିଛି।