ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଗଙ୍ଗା ଏକ୍ସପ୍ରେସ୍ୱେରେ ଗୁରୁବାର ରାତି ସାଢ଼େ ୭ଟାରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ପରିବା ବୋଝେଇ ଏକ ବୋଲେରୋ ପିକ୍ଅପ୍ ଓ ମାରୁତି ଅଲ୍ଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
Punjab's groundwate: ପଞ୍ଜାବର ୬୨% ଭୂତଳ ଜଳ ନମୁନାରେ ଅଧିକ ୟୁରାନିୟମ୍
‘ଆଜି ମୁଁ ଯେଉଁଠି ଅଛି ତା’ର ସମସ୍ତ ଶ୍ରେୟ ଏ ଗୃହର’
ଧକ୍କାରେ ଅମରୋହା ଜିଲ୍ଲାର ଆଦମପୁର ନିବାସୀ ରୋହିତଙ୍କ ପତ୍ନୀ ରେଣୁ (୩୫), ପୁଅ ଭାସ୍କର (୭), ଝିଅ ରିୟା (୧୦), ଭଉଣୀ ଦେବବତି (୪୦), ଭାଉଜ ଗୀତା (୨୮) ଓ ଶଳାଙ୍କ ପୁଅ କପିଲ (୧୨)ଙ୍କ ମୃତ୍ୟୁ ହୋଇଛି। ରୋହିତ ଓ ତାଙ୍କ ବଡ଼ ପୁଅ ଜୟ (୧୩) ଗୁରୁତର ଅଛନ୍ତି। ପିକ୍ଅପ୍ର ଡ୍ରାଇଭର ଓ ସହାୟକ ମଧ୍ୟ ଗୁରୁତର ଅଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ଦୁଇଟି ପୂରା ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣା ହାୟାତନଗର ଥାନା ଆନ୍ତର୍ଗତ ରସୁଲପୁର ଧାତ୍ରା ଗାଁ ନିକଟରେ ହୋଇଥିଲା। ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖ ଲୋକ ରାସ୍ତା ଉପରକୁ ଆସିଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅତିରିକ୍ତ ଏସ୍ପି କୁଲଦୀପ ସିଂହ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଜିଲ୍ଲାହସ୍ପିଟାଲ ନେବାକୁ ବ୍ୟବସ୍ଥା କରିଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। କାରରେ ୭ରୁ ୮ ଜଣ ଲୋକ ଥିବାବେଳେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସମ୍ଭଲଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/untitled-11-2025-11-28-06-57-24.jpg)