ନବରଙ୍ଗପୁର (ସୁରେଶ ନାଇଡୁ): ମୁଦ୍ରା ଯୋଜନା ସହିତ ଅନ୍ୟ ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବାକୁ ସାଂସଦ ଇଂ. ବଳଭଦ୍ର ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଯୋଜନାର ସଫଳ ରୂପାୟନ କରି ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ସାମିଲ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସାଂସଦ କହିଛନ୍ତି। ଏଲଡିଏମ ଓ ଡାକ ବିଭାଗ ଅଧିକାରୀ ସମନ୍ବୟ ରଖି ମୁଦ୍ରା ସହ ଅନ୍ୟ ପ୍ରଧାନମନ୍ତ୍ରୀବୀମା ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସାଂସଦ ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଅଧିକ ସଂଖ୍ୟାରେ ପଞ୍ଜୀକରଣ ଓ ଋଣ ପ୍ରଦାନ କରିବାକୁ କହିଥିଲେ। ଜିଲ୍ଲା ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପ ଅତିଶୀଘ୍ର ସଂପୂର୍ଣ୍ଣ କରିବା ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ସାଂସଦ କହିଥିଲେ।
ଜୟପୁର-ନବରଙ୍ଗପୁର-ଜୁନାଗଡ ରେଲ ଲାଇନ୍ ଜମି ଅଧିଗ୍ରହଣ, ଟେଣ୍ଡର ଆଦି ଶୀଘ୍ର ସାରିବାକୁ ସାଂସଦ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ୧୫୨ଟି ପଞ୍ଚାୟତରେ ଭାରତ ନେଟ୍ ଦ୍ଵାରା ନେଟ୍ ସୁବିଧା ଦିଆଯାଇଥିଲେ ହେଁ ସେହିଭଳି ସନ୍ତୋଷଜନକ ନେଟ୍ ଆସୁନାହିଁ। ଆସନ୍ତା ଫେବ୍ରୁଆରି ସୁଦ୍ଧା ସବୁ ଠିକ କରିବାକୁ ସାଂସଦ କହିଥିଲେ। ମନରେଗା ଯୋଜନାରେ ଅଧିକ ସଂଖ୍ୟାରେ ଜବ କାର୍ଡଧାରୀ କାମ ପାଇବେ, ମେସିନ ଦ୍ବାରା କୌଣସି ମନରେଗା କାମ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସମନ୍ବୟ ରଖିବାକୁ ପରାମର୍ଶ
ଉଦ୍ୟାନ, ଜଳଛାୟା, ବନ ବିଭାଗ ମଧ୍ୟ ମନରେଗାରେ ନିଜର ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଓ ଜିଲ୍ଲାପାଳ କହିଥିଲେ। ଯେଉଁଠି ରାସ୍ତା ଗମନାଗମନର ଅସୁବିଧା ରହୁଛି ଆର୍ ଡି, ପି ଡ଼ବ୍ଲୁ ଡି ଓ ପଞ୍ଚାୟତିରାଜ ବିଭାଗ ସ୍ବମନ୍ବୟ ରଖି ଏହାର ଉଚିତ୍ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ। କ୍ଷୁଦ୍ର ଜଳସେଚନ ବିଭାଗ ଜିଲ୍ଲାରେ ବିଭିନ୍ନ ଜଳଉତ୍ସର ଆକଳନ କରି ତାର ସଠିକ ଡିପିଆର ପ୍ରସ୍ତୁତ କରୁ। ପୁରୁଣା ପ୍ରକଳ୍ପକୁ ତୁରନ୍ତ ପୁନଃରୁଦ୍ଧାର କରିବା ସହ ଟୁରୀ, ଗୁଣତାଟ ଓ ତେଲନଦୀରେ ନୂଅ ପ୍ରକଳ୍ପ ହେଉ ବୋଲି ଜଳସେଚନର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଗୃହରେ ଜଳ ସେଚନ, ଉଠାଜଳସେଚନ ଓକ୍ଷୁଦ୍ର ଜଳସେବନ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ଥିବାରୁ ଜିଲ୍ଲାପାଳ ଓ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲାରେ ବାଲ୍ୟ ବିବାହ ଅଧିକା ହେଉଛି। ଏହାକୁ ରୋକିବା ପାଇଁ ପଦକ୍ଷେପ ସ୍ୱରୂପ ସାଂସଦ ବାଲ୍ୟବିବାହ ବିରୋଧରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।
ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ
ଏକାଧିକ ପ୍ରସଙ୍ଗରେ ଆଲୋଚନା
ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସାଂସଦ ଇଂ. ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ବୟ ଓ ତଦାରଖ କମିଟି(ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଯୁଗ୍ମ ନିର୍ଦ୍ଦେଶକ (ପଞ୍ଚାୟତି ରାଜ) ବିମ୍ବାଧର ସେଠୀ, ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ, ରାଜ୍ୟସଭା ସାଂସଦ ପ୍ରତିନିଧି କାଜମ ମାଦାନି, ନବରଙ୍ଗପୁର ବିଧାୟକ ପ୍ରତିନିଧି ମୃତ୍ୟୁଞ୍ଜୟ ମହାରଣା, ଝରିଗାଁ ବିଧାୟକ ପ୍ରତିନିଧି ଗୋବିନ୍ଦ ଜୈନ ମଂଚାସୀନ ଥିଲେ। ଏଥିରେ ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ସଦସ୍ୟ ଜଗଦୀଶ ବିଷୋୟୀ, ଝାଡେଶ୍ୱର୍ ଖାଡ଼ାଙ୍ଗା, ଆଇ ମୁରଲୀକ୍ରୀଷ୍ଣା ପ୍ରମୁଖ ଭାଗ ନେଇଥିଲେ। ଆୟୁଷ୍ମାନ ଓ ବୟୋବନ୍ଦନା କାର୍ଡ ବିତରଣ, ସିକିଲସେଲ, ଥାଲସେମିଆ, ମ୍ୟାଲେରିଆ, ଉଚ୍ଚ ରକ୍ତଚାପ, ମଧୁମେହ, ଯକ୍ଷ୍ମା ଆଦି ରୋଗର ନିରାକରଣ ଓ ଔଷଧ ବ୍ୟବସ୍ଥା ଉପରେ ସିଡିଏମଓ ଡ.ସନ୍ତୋଷ କୁମାର ପଣ୍ଡା ଓ ଡିପିଏମ୍ ଶଙ୍କର ଆଚାର୍ଯ୍ୟ ସୂଚନା ଦେଇଥିଲେ।
ଆହୁରି ପଢ଼ନ୍ତୁ: Odisha Assembly: ଓଡ଼ିଶା ବିଧାନସଭାରେ ଉଦ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/27/samnay-o-tadrak-2025-11-27-20-34-35.jpg)