ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୧୫ ବର୍ଷ ପରେ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନ ତଥା ଶୀତକାଳୀନ ଅଧିବେଶନ-୨୦୨୫ର ପ୍ରଥମ ଦିନରେ ବିଧାୟକ, ଅଧିକାରୀ ଓ ନିମନ୍ତ୍ରିତ ଅତିଥିମାନେ ତତ୍କାଳୀନ ରାଇରଂଗପୁର ବିଧାୟକ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଭାଷଣ ନିଜ ସାମ୍ନାରୁ ଶୁଣିବାକୁ ପାଇପାରିଛନ୍ତି। ଶ୍ରୀମତୀ ମୁର୍ମୁ ବିଧାୟକମାନଙ୍କୁ ଗୁରୁତ୍ବପୂର୍ଣ୍ଣ ମାର୍ଗଦର୍ଶନ ଦେଇଛନ୍ତି। ସେ ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ବିଶେଷଜ୍ଞତା ଆଇନ ପ୍ରଣେତାଙ୍କ ସହ ବାଣ୍ଟିଛନ୍ତି। ତାଙ୍କ ଅଭିଭାଷଣ ବିଧାନସଭାରେ ଲୋକଙ୍କ ସମସ୍ୟାର ପ୍ରଭାବଶାଳୀ ପ୍ରତିନିଧିତ୍ୱର ଗୁରୁତ୍ୱକୁ କେନ୍ଦ୍ରିତ କରୁଛି। ମହାମହିମଙ୍କର ଏହି ସମ୍ବୋଧନ ଓଡ଼ିଶା ବିଧାନସଭା ପାଇଁ ଇତିହାସରେ ଲିପିବଦ୍ଧ ହୋଇଛି। ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ଦେଶର ଅନ୍ୟ ୯ଟି ବିଧାନସଭାରେ ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଥିବାର ଅଭିଜ୍ଞତା ରଖିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ଣରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରୁ ସେ ସ୍ବତନ୍ତ୍ର କାର୍କେଡ୍ ମାଧ୍ୟମରେ ରାଜଭବନକୁ ଯାଇଥିଲେ। ରାଜଭବନରେ ସାମୟିକ ବିଶ୍ରାମ ପରେ ଓଡ଼ିଶା ବିଧାନସଭାରେ ପହଞ୍ଚି ଥିଲେ। ବିଧାନସଭାରେ ତାଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ବିଧାୟକ ଓ ସାଂସଦମାନେ ସ୍ବାଗତ ଜଣାଇଥିଲେ। ତାଙ୍କ ଅଭିଭାଷଣ ପୂର୍ବରୁ ବିଧାୟକମାନଙ୍କ ସହିତ ଏକ ଫଟୋ ସେସନ୍ ହୋଇଥିଲା। ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି।
ଡିସେମ୍ବର ୩୧ ଯାଏଁ ଅଧିବେଶନ
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାରି ମଧ୍ୟରେ ୨୯ଟି କାର୍ଯ୍ୟ ଦିବସ ରହିବ। ଅଧିବେସନର ଦ୍ୱିତୀୟ ଦିନରେ ଶୁକ୍ରବାର (ନଭେମ୍ବର ୨୮) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ବର୍ଷ ପାଇଁ ପ୍ରଥମ ପରିପୂରକ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଡିସେମ୍ବର ୪ ତାରିଖରେ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
ଆହୁରି ପଢ଼ନ୍ତୁ: ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ
ରାଷ୍ଟ୍ରପତିଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି
ରାଷ୍ଟ୍ରପତି ତାଙ୍କର ବିଧାନସଭା ଗସ୍ତକୁ ଯେପରି ସ୍ମରଣୀୟ କରିପାରିବେ ସେଥିପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଇରଂଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ ବିଧାନସଭାର ୧୧ ନଂବର ପ୍ରକୋଷ୍ଠରେ ବସୁଥିଲେ। ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି କିଛି ସମୟ ବିତାଇ ପୁରୁଣା ସ୍ମୃତିକୁ ଯେପରି ମନେ ପକାଇବେ। ସେଥିପାଇଁ ଏହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଛି। ବିଧାନସଭାରେ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ରାଜଭବନ ଫେରି ରାଜ୍ୟପାଳଙ୍କ ସ୍ବତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବେ। ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦୦ ଅଫିସର ଓ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: Basketball Player: ବାପା...ମୋତେ ଟିକେ କୋଳେଇ ନିଅ; ମୃତ୍ୟୁ ପୂର୍ବରୁ ପୁଅର ଶେଷ କଥା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/27/president-draupadi-murmu-2025-11-27-15-51-08.jpg)