ସରକାରଙ୍କ ନୂଆ ବ୍ୟବସ୍ଥା: ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ

ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ...

Government's new system: Children who do not meet standards will remain in that class until they pass

Government's new system: Children who do not meet standards will remain in that class until they pass Photograph: (sambad.in)

ଭୁବନେଶ୍ବର: ଏଣିକି ଷ୍ଟାଣ୍ଡାର୍ଡ ନଥିବ ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ।  ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ। ପାସ୍ ହେଲା ପରେ ସେ ଉପରସ୍ତ ଶ୍ରେଣୀକୁ ଯିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି।

ବିଗତ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପାସ୍ ଫେଲ୍ ନଥିଲା। ଫଳରେ ପିଲା କଣ ଶିଖିଲେ ତାହା ଜଣା ପଡୁ ନଥିଲା। ମାତ୍ର ‌ଏବେ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ପାସ୍ ଫେଲ୍ ଲାଗୁପରେ ପିଲାର ଷ୍ଟାଣ୍ଡାର୍ଡ ଜଣାପଡିବ ।

ଏହା ସହିତ ଶିକ୍ଷକମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ଅପିଲ୍ କରିଛନ୍ତି ଯେ, ସେମାନେ ପାଠପଢାରେ ଅବହେଳା କରନ୍ତୁ ନାହିଁ। ପିଲା ଯେପରି ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସରକାର ଏସବୁ ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Nityananda Gond | School and Mass Education Minister of Odisha | School and Mass Education Department

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe