କରୋନା ଭାଇରସ: ଏଥର ରାଜ୍ୟପାଳ ଗଣେଶୀ ଲାଲ ଖେଳିବେନି ହୋଲି, ରଙ୍ଗ ବଜାର ଫିକା

Advertisment
କରୋନା ଭାଇରସ: ଏଥର ରାଜ୍ୟପାଳ ଗଣେଶୀ ଲାଲ ଖେଳିବେନି ହୋଲି, ରଙ୍ଗ ବଜାର ଫିକା

ଭୁବନେଶ୍ୱର: କରୋନା ଭାଇରସ ଯୋଗୁଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହୋଲି ଖେଳିବେନି। ରାଜ୍ୟପାଳ ହୋଲି ଖେଳିବେନି କି କୌଣସି ହୋଲି ମିଳନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଜଣାପଡ଼ିଛି। ଏଥି ସହ ସେ କରୋନା ନେଇ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛନ୍ତି।

କରୋନା ପାଇଁ କମିଲା ରଙ୍ଗ ବେପାର । ଭାଇରସ ଭୟରେ ଲୋକେ ରଙ୍ଗ କିଣୁ ନାହାନ୍ତି। ଦୋକାନ ଆଗରେ ବସ୍ତା ବସ୍ତା ରଙ୍ଗ ଥୁଆ ହୋଇଛି । ହୋଲି ପାଇଁ ଭଳି କି ଭଳି ଅବିରର ପସରା ବି ମେଲିଛି । ଭିନ୍ନ ଭିନ୍ନ ରଙ୍ଗ, ପିଚକାରୀ ଆଉ ମାସ୍କ ଧରି ଗ୍ରାହକଙ୍କୁ ଚାହିଁଛନ୍ତି ବେପାରୀ । ହେଲେ ରଙ୍ଗ ଦୋକାନରେ ପଡୁନି ଲୋକଙ୍କ ପାଦ । ଗହଳି ହେଉନି କି ବିକ୍ରି ବି ହେଉନି । କରୋନାର କୋକୁଆ ଭୟ ପାଇଁ ଏଥର କେହି ରଙ୍ଗ କିଣୁ ନାହାନ୍ତି । ତେଣୁ ନୂଆ ପୁରୁଣା ରଙ୍ଗ ଧରି ଦିନ ସାରା ଦୋକାନ ଖୋଲି ବସୁଛନ୍ତି ରଙ୍ଗ ବ୍ୟବସାୟୀ ।

ରଙ୍ଗ ଦୋକାନରେ ଭଳିକି ଭଳି ରଙ୍ଗ କିନ୍ତୁ ବଜାର ଫିକା । କରୋନା ସଂକ୍ରମଣର ଭୟ ଏମିତି ଘାରିଛି ଯେ ଲୋକେ ରଙ୍ଗର ପର୍ବ ହୋଲି ଖେଳିବାକୁ ଏତେଟା ଉତ୍ସାହ ଦେଖାଉନାହାନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୋଲି ଖେଳିବାକୁ ଟୁଇଟ କରି ମନା କରି ଦେଇଥିଲେ । ଆଉ ଏବେ ସମାନ କଥା ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ । ଲୋକେ ହର୍ବାଲ ରଙ୍ଗ, ଫଗୁ କିଣୁଥିବା ବେଳେ ଚାଇନା ରଙ୍ଗ ଛାଡି ଭାରତୀୟ ଉତ୍ପାଦକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe