ଆଇନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ

ରାଜ୍ୟପାଳ ହରିବାବୁ କମ୍ଭମପତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ବ୍ୟକ୍ତିଗତ ସମ୍ପର୍କ କାରଣରୁ ରାଜ୍ୟପାଳ ଆସିଥିଲେ ବୋଲି ଆଇନମନ୍ତ୍ରୀ କହିଛନ୍ତି। ରାଜ୍ୟପାଳଙ୍କ ସହ ଭେଟ ସମ୍ପୂର୍ଣ୍ଣ ପାରିବାରିକ ଓ ବ୍ୟକ୍ତିଗତ ଥିଲା...

Governor meets Law Minister

Governor meets Law Minister Photograph: (sambad.in)

ଭୁବନେଶ୍ବର: ରାଜ୍ୟପାଳ ହରିବାବୁ କମ୍ଭମପତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ବ୍ୟକ୍ତିଗତ ସମ୍ପର୍କ କାରଣରୁ ରାଜ୍ୟପାଳ ଆସିଥିଲେ ବୋଲି ଆଇନମନ୍ତ୍ରୀ କହିଛନ୍ତି। ରାଜ୍ୟପାଳଙ୍କ ସହ ଭେଟ ସମ୍ପୂର୍ଣ୍ଣ ପାରିବାରିକ ଓ ବ୍ୟକ୍ତିଗତ ଥିଲା।

ତେବେ ରାଜ୍ୟପାଳ ଆଇନ ବିଭାଗ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଭାଗର କାମ କିଭଳି ଭଲ ଭାବରେ ଚାଲିପାରିବ ସେନେଇ ବି ଆଲୋଚନା କରିଥିବା  ଆଇନ ମନ୍ତ୍ରୀ କହିଛନ୍ତି।  

ମନ୍ତ୍ରିମଣ୍ଡଳ ବଦଳିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ । ସେ ନିଷ୍ପତ୍ତି ତାଙ୍କର। ଖୁବଶୀଘ୍ର ହୋଇପାରେ, କିମ୍ବା ବିଳମ୍ବ ମଧ୍ୟ ହୋଇପାରେ।  ଦଳର ସଭାପତି ମଧ୍ୟ ଏହା ଉପରେ ସ୍ପଷ୍ଟ କରିସାରିଛନ୍ତି। ଖାଲି ଥିବା ନିଗମର ପଦବୀ ମଧ୍ୟ ପୂରଣ ପାଇଁ ଆଲୋଚନା ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। 

Hari Babu Kambhampati | Prithiviraj Harichandan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe