ଓଡ଼ିଶାର ପ୍ରଥମ ନାଗରିକ ଏଥରକ ଓଡ଼ିଶାରେ ଭୋଟ ଦେଇପାରିବେନି!

Advertisment
ଓଡ଼ିଶାର ପ୍ରଥମ ନାଗରିକ ଏଥରକ ଓଡ଼ିଶାରେ ଭୋଟ ଦେଇପାରିବେନି!

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୋଟ ଦେଇପାରିବେ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ ଆସନ୍ତା ମାସ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ନିଜ ରାଜ୍ୟ ହରିୟାଣା ଯିବେ। ହରିୟାଣାରେ ମେ ମାସ ୧୨ ତାରିଖରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ସେ ନିଜର ମତାଧିକାର ସାବ୍ୟସ୍ତ କରିବେ।

ନିୟମାନୁଯାୟୀ, ଗୋଟିଏ ରାଜ୍ୟର ରାଜ୍ୟପାଳ ଭାବେ ପଦଭାର ଗ୍ରହଣ କରିବା ପରେ ସେ ରାଜ୍ୟର ପ୍ରଥମ ନାଗରିକ ଭାବେ ଭୋଟର ତାଲିକାରେ ରାଜ୍ୟପାଳଙ୍କ ନାମ ପଞ୍ଜିକରଣ କରାଯିବା କଥା। ଏଥିପାଇଁ ଭୋଟର ତାଲିକା ସଂଶୋଧନ ଦାୟିତ୍ବରେ ଥିବା ଅଧିକାରୀ ନିଜେ ରାଜଭବନ ଯାଇ ଭୋଟର ତାଲିକା ପଞ୍ଜୀକରଣ କରାଇବା ଉଚିତ୍। କିନ୍ତୁ ଚଳିତ ଥର ରାଜ୍ୟରେ ପାଖାପାଖି ୩ କୋଟି ୨୦ ଲକ୍ଷ ଭୋଟରଙ୍କ ନାମ ପଞ୍ଜୀକରଣ ହୋଇଥିଲେ ବି ୨୦୧୮ରୁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିବା ପ୍ରଫେସର ଗଣେଶୀ ଲାଲଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇପାରିନି। ଯଦି ମହାମହିମ ରାଜ୍ୟପାଳଙ୍କ ନାମ ପଞ୍ଜୀକରଣ ହୋଇଥାନ୍ତା, ତାହେଲେ ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନିଜ ମତାଧିକାରୀ ସାବ୍ୟସ୍ତ କରିଥାନ୍ତେ। ଏବେ ପ୍ରଫେସର ଶ୍ରୀ ଲାଲଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ ନହେବା ପାଇଁ ଦାୟି କିଏ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe