ଓଡ଼ିଶା ନିର୍ମାଣ କନକ୍ଲେଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଲେ, ପ୍ରତିଭାଙ୍କୁ ଚିହ୍ନଟ କରିଥିବାରୁ ଧନ୍ୟବାଦ

Advertisment
ଓଡ଼ିଶା ନିର୍ମାଣ କନକ୍ଲେଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଲେ, ପ୍ରତିଭାଙ୍କୁ ଚିହ୍ନଟ କରିଥିବାରୁ ଧନ୍ୟବାଦ

ଭୁବନେଶ୍ୱର: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ର ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। କନକ୍ଲେଭର ଉଦଘାଟନୀ ପର୍ଯ୍ୟାୟରେ ମୁଖ୍ୟଅତିଥି ଭାବେ ‌‌ଯୋଗଦେଇ ଓଡ଼ିଶାର ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଲାଗି ଆହ୍ବାନ ଜଣାଇଥିଲେ। ଏଥିସହ ସେ ଏବର ପିଢ଼ି କିଭଳି ଓଡ଼ିଶାକୁ ଦେଖିବାକୁ ଚାହାନ୍ତି ତାହା ଜାଣିବା ଲାଗି ପ୍ରୟାସ ଆବଶ୍ୟକ ବୋଲି ମତ ରଖିଥିଲେ।

ରାଜ୍ୟପାଳ କହିଥିଲେ, ଓଡ଼ିଶାର ପ୍ରତିଭାମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବା ଏତେ ସହଜ ନୁହେଁ । ତଥାପି ପ୍ରତିଭାଙ୍କୁ ଚିହ୍ନଟ କରି କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭରେ ସମ୍ମାନିତ କରିଥିବାରୁ ସମ୍ବାଦ ଗ୍ରୁପ ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଉଛି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍   ୭୦ ବର୍ଷରୁ ଅଧିକ ସମୟ ଧରି ଚାଟଶାଳିରେ ପିଲାଙ୍କୁ ଶିକ୍ଷାଦାନ କରିଆସୁଥିବା ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ସମ୍ମାନିତ କରିଥିଲେ। ସେହିଭଳି ବିପଦ ସମୟରେ ଲୋକଙ୍କ ପାଇଁ ସାହାରା ପାଲଟିଥିବା ଭଦ୍ରକର ମହିଳା ଚାଷୀ ଛାୟାରାଣୀ ସ ସମାଜସେବା ପାଇଁ ଯୁଗବ୍ରତ କରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥିସହ ଉଲ୍ଲେଖନୀୟ ଅବଦାନ ଲାଗି ଦୁଇ ହାଇଟେକ୍ ମେଡିକାଲ୍ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଏବଂ ଏମବିଏସ୍ କୋଲାର ପରିଚାଳନା ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe