ନୂଆ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟପାଳ

Advertisment
ନୂଆ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟପାଳ

ଭୁବନେଶ୍ୱର: ନୂଆ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶୁକ୍ରବାର ନବୀନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ୍ୟପାଳ ଏଥି ସହିତ ନବୀନଙ୍କ ମନ୍ତ୍ରିପରିଷଦର ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ନବୀନଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)କୁ ବିପୁଳ ବିଜୟ ମିଳିଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୧୪୬ଟି ଆସନରେ ମତଦାନ ହୋଇଥିବା ବେଳେ ଏଥିରୁ ବିଜେଡିକୁ ୧୧୨ଟି ଆସନରେ ବିଜୟ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଆସନରେ ନିର୍ବାଚନ ପରେ ହେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଶା କରାଯାଉଛି ଯେ, ସେ ଚଳିତ ମାସ ୨୭ ତାରିଖରେ ଶପଥ ନେବେ। ଶପଥ ଗ୍ରହଣ ସମାରୋହ ପାଇଁ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe