ପୁରୀ : କୋଭିଡ୍ ନିୟମ ମାନିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କୋଭିଡ୍ ନେଗେଟିଭ୍ ରିପୋର୍ଟ ନ ଥିବାରୁ ଶ୍ରୀମନ୍ଦିର ଭିତରକୁ ନଯାଇ ବାହାରୁ ପତିତପାବନଙ୍କୁ ଦର୍ଶନ କରି ରାଜ୍ୟପାଳ ଫେରିଯାଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଅନ୍ୟମାନଙ୍କୁ ବି କଟକଣା ମାନି ଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି।
ରାଜ୍ୟପାଳ ଆଜି ମଧ୍ୟାହ୍ନରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସପରିବାର ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ଦର୍ଶନ ପରେ ରାଜଭବନ ଯାଇ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ୱାର୍କସ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପତିତପାବନଙ୍କୁ ଦର୍ଶନ ପରେ ରାଜ୍ୟପାଳ କହିଛନ୍ତି, ମହାପ୍ରଭୁଙ୍କ ନିକଟରେ ଆଜି ବିଶ୍ବବାସୀଙ୍କ ମଙ୍ଗଳ କାମନା କରିଛି। ବିଶ୍ବର କୋଣ ଅନୁକୋଣରେ ମହାପ୍ରଭୁଙ୍କ ଶୁଭାଶୀର୍ବାଦ ପଡ଼ୁ, ଏହି ନିବେଦନ କରି ଫେରୁଛି।
Follow Us