କଇଁଛ ଛୁଆ ଦେଖିଲେ ରାଜ୍ୟପାଳ

Advertisment

ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ଓ ଧର୍ମପତ୍ନୀ ବିଶ୍ବର ସର୍ବବୃହତ୍...

ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ଓ ଧର୍ମପତ୍ନୀ ବିଶ୍ବର ସର୍ବବୃହତ୍...

sddscxc

ବ୍ରହ୍ମପୁର: ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ଓ ଧର୍ମପତ୍ନୀ ବିଶ୍ବର ସର୍ବବୃହତ୍ ଅଲିଭ୍ ରିଡ୍‌ଲେ ଗଣଅଣ୍ଡାଦାନ ସ୍ଥଳୀ ଋଷିକୁଲ୍ୟା ମୁହାଣ ଅଞ୍ଚଳ ବୁଲି ଦେଖିଥିଲେ। ବର୍ତ୍ତମାନ ଗଞ୍ଜାମ ଉପକୂଳରେ ଅଣ୍ଡା ଫୁଟି ଛୋଟ କଇଁଛ ସମୁଦ୍ରମୁହାଁ ହେଉଛନ୍ତି। ଗଞ୍ଜାମ ବ୍ଲକ୍‌ର ପୋଡ଼ମ୍‌ପେଟାରେ କଇଁଛ ଛୁଆଙ୍କୁ ରାଜ୍ୟପାଳ ଦେଖିଥିଲେ। 

ଚଳିତବର୍ଷ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଛନ୍ତି। ଅଣ୍ଡା ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ରାଜ୍ୟପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର୍‌, ଏସିଏଫ୍‌ ଦିବ୍ୟଶଙ୍କର ବେହେରା, ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ଓ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ ଏବଂ ଅନ୍ୟ ସ୍ବେଚ୍ଛାସେବୀଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe