ଦିନିକିଆ ବୌଦ୍ଧ ଗସ୍ତରେ ଅଙ୍ଗନବାଡ଼ି କେନ୍ଦ୍ର ବୁଲିଲେ, ଏସ୍‌ଏଚ୍‌ଜି ଓ ଚାଷୀଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

Advertisment
ଦିନିକିଆ ବୌଦ୍ଧ ଗସ୍ତରେ ଅଙ୍ଗନବାଡ଼ି କେନ୍ଦ୍ର ବୁଲିଲେ, ଏସ୍‌ଏଚ୍‌ଜି ଓ ଚାଷୀଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ବୌଦ୍ଧ/ଜହ୍ନାପଙ୍କ/ବାଉଁଶୁଣି: ମହାମହିମ ରାଜ୍ୟପାଳ ରଘୁବର ଦାସ ବୁଧବାର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟପାଳ ବୌଦ୍ଧ ବ୍ଲକ୍‌ ଇଚ୍ଛାପୁର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ, ଅଭିଭାବକ ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ଦେଶର ବିକାଶରେ ନାରୀ ଶକ୍ତିର ଅବଦାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଆହୁରି ସଶକ୍ତ ଓ କ୍ରିୟାଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ହେଉଥିବା ଯୋଜନାଗୁଡ଼ିକର ସଫଳ ଉପଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ପରେ ବାଉଁଶୁଣି ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସରଣ୍ଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ କେତେକ ଗୃହ ପରିଦର୍ଶନ କରି ହିତାଧିକାରୀ ତଥା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

publive-image

ସେହିପରି ବୌଦ୍ଧ ଟାଉନ୍‌ହଲ୍‌ଠାରେ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ବୌଦ୍ଧରେ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଜୈବିକ ଚାଷ ଉପରେ ପ୍ରାଧାନ୍ୟ ଦେବାକୁ କହିବା ସହ ଲୋକମାନଙ୍କ ସୁବିଧା ଅସୁବିଧା ଶୁଣି ବିହିତ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ରାଜ୍ୟପାଳଙ୍କ ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଉଁଶୁଣି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅଇଁଠୁ ମହାଲିକ, ପଞ୍ଚାୟତ ଇଓ ପ୍ରହଲ୍ଲାଦ ଭୋଇ, ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe