ଚାବି ହଜିବା ପ୍ରସଙ୍ଗ : ବିଚାର ବିଭାଗୀୟ ତଦନ୍ତ ନିର୍ଦେଶକୁ ସ୍ୱାଗତ କଲେ ରାଜ୍ୟପାଳ

ଚାବି ହଜିବା ପ୍ରସଙ୍ଗ : ବିଚାର ବିଭାଗୀୟ ତଦନ୍ତ ନିର୍ଦେଶକୁ ସ୍ୱାଗତ କଲେ ରାଜ୍ୟପାଳ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଆଗ୍ରହ ପ୍ରକାଶ କରିଛନ୍ତିି ରାଜ୍ୟପାଳ ଗଣେଶୀ ଲାଲ୍‌। ଚାବି ହଜିବା ଘଟଣା ପଛର ସତ୍ୟତାକୁ ଉନ୍ମୋଚନ କରିବାକୁ ସେ ସଂପୃକ୍ତ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତିି।

ଆଜି ଏକ ପ୍ରେସ୍‌ ବିବୃତି ଜରିଆରେ ରାଜ୍ୟପାଳ କହିଲେ, ଏହି ପ୍ରସଙ୍ଗ ଓଡ଼ିଶାର ଲୋକଙ୍କ ଭାବାବେଗ ସହିତ ଜଡ଼ିତ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଦେଇଥିବା ବିଚାର ବିଭାଗୀୟ ତଦନ୍ତ ନିର୍ଦେଶକୁ ସ୍ୱାଗତ କରି ଏ ନେଇ ସତ୍ୟତା ଯେତେଶୀଘ୍ର ପଦାକୁ ଆସିବ, ଭଲ ହେବ ବୋଲି ସେ ଆଶା କରିଛନ୍ତି। ଫଳରେ ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କ ମନରେ ଯେଉଁ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି ତା’ର ପୂର୍ଣ୍ଣଚ୍ଛେଦ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe