Advertisment

ଭୁବନେଶ୍ବରରେ ରାଜ୍ୟପାଳ ପତାକା ଉତ୍ତୋଳନ କରିବେ

Advertisment

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି

ଦିନକ ପାଇଁ ଶପଥଗ୍ରହଣ ଚର୍ଚ୍ଚା ବଢ଼ିଲା; ରାଜ୍ୟପାଳ ଆସିଲେ, ଆଜି ପୁଣି ହରିଆନା ଫେରିଯିବେ

Facebook

ପତାକା ଉତ୍ତୋଳନ ପାଇଁ ମନ୍ତ୍ରୀଙ୍କୁ ଜିଲ୍ଲା ବଣ୍ଟାଗଲା
୯ଟି ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବେ। ସମବେତ ପ୍ୟାରେଡ୍‌ରେ ସେ ଅଭିବାଦନ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।

ଏହା ବାଦ୍ କେଉଁ ମନ୍ତ୍ରୀ ‌େକଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। କଟକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜା‌ରୀ ଓ ପୁରୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିବେ। ଏହା ବାଦ୍ ଅନୁଗୁଳରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଞ୍ଜାମରେ ପଦ୍ମନାଭ ବେହେରା, ବାଲେଶ୍ବରରେ ପ୍ରତାପ ଜେନା, ରାୟଗଡ଼ାରେ ଅରୁଣ କୁମାର ସାହୁ, କନ୍ଧମାଳରେ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜରେ ସୁଶାନ୍ତ ସିଂହ, ବରଗଡ଼ରେ ନବ କିଶୋର ଦାସ, ସମ୍ବଲପୁରରେ ଟୁକୁନି ସାହୁ, ନୟାଗଡ଼ରେ ଜଗନ୍ନାଥ ସାରକା, କେନ୍ଦୁଝରରେ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗୀରରେ ସମୀର ରଞ୍ଜନ ଦାଶ, ସୁନ୍ଦରଗଡ଼ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ରଘୁନନ୍ଦନ ଦାସ, ଗଜପତିରେ ପଦ୍ମିନୀ ଦିଆନ ଓ ମାଲକାନଗିରିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ।

ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍‌ଡିସି, ରାଉରକେଲାରେ ଉତ୍ତରାଞ୍ଚଳ ଆର୍‌ଡିସି ଓ ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ପତାକା ଉତ୍ତୋଳନ କରିବେ। ଏହା ବାଦ୍ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝା‌ରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂ୍ଆପଡ଼ା, ସୁବର୍ଣ୍ଣପୁର ଓ ଜଗତସିଂହପୁରରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe