The Statesman
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ସତ୍ରାବସାନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ ଦେଇଛନ୍ତି। କୋଭିଡ୍ କଟକଣା ଭିତରେ ମୌସୁମୀ ଅଧିବେଶନ ୭ଦିନ ଚାଲିଲା। ସେହିପରି କରୋନା ମହାମାରୀ ପାଇଁ ଲକ୍ଡାଉନ୍ ଘୋଷଣା ହେବାରୁ ବଜେଟ୍ ଅଧିବେଶନକୁ କାଣ୍ଟଛାଣ୍ଟ କରି ୧୩ ଦିନ ପାଇଁ ସୀମିତ କରାଯାଇଥିଲା।
Facebookନିୟମାନୁଯାୟୀ ଗୋଟିଏ ବର୍ଷରେ ବିଧାନସଭା ବୈଠକ ୬୦ ଦିନ ବସିବ। ଏହି ଦୃଷ୍ଟିରୁ ୨୦୨୦ ମସିହା ଶେଷସୁଦ୍ଧା ଆଉ ୪୦ ଦିନ ପାଇଁ ବିଧାନସଭା ବୈଠକ ଡାକିବା ଆବଶ୍ୟକ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ମାସରେ ସରକାର ଡାକିପାରନ୍ତି ଶୀତ ଅଧିବେଶନ। ଆସନ୍ତା ଅଧିବେଶନରେ ସରକାର ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଆଣିବେ। ଏହାସହିତ ଆଉ କେତୋଟି ବିଲ୍ ସରକାର ଗୃହରେ ଆଗତ କରିବେ ବୋଲି ଜଣାପଡ଼ିଛି।
Follow Us