ସଚିନଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା

Advertisment
ସଚିନଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର : ଗିନିଜ୍ ବୁକ୍ସ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିବା ଓଡ଼ିଆ ପୁଅ ସଚିନ ବେହେରାଙ୍କୁ ସୋମବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମ୍ବର୍ଦ୍ଧିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସଚିନଙ୍କ ନିଷ୍ଠା ଓ ପରିଶ୍ରମ ଅନ୍ୟ ଯୁବ ପ୍ରତିଭାଙ୍କୁ ଉଦ୍‌ବୁଦ୍ଧ କରିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ। ସମସ୍ତ ପ୍ରକାର ସହଯୋଗ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ସଚିନ ମଧ୍ୟ ଭବିଷ୍ୟତରେ ଅଧିକ ବିଶ୍ବ କୀର୍ତ୍ତିମାନ କରିବେ ବୋଲି ଲକ୍ଷ୍ୟ ରଖିଥିବା ଏହି ଅବସରରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ସଚିନ ଗତ ଜାନୁଆରି ୩୦ ତାରିଖରେ ୫ କିଲୋଗ୍ରାମ ଓଜନର ଆଙ୍କେଲ୍‌ ୱଟ୍‌ ବାନ୍ଧି ମାତ୍ର ୩ ମିନିଟ୍‌ରେ ୨୦୪ ଥର ନି-ଷ୍ଟ୍ରାଇକ୍ (ଆଣ୍ଠୁ ପ୍ରଘାତ) କରି ନୂଆ ଗିନିଜ୍ ବୁକ୍ ରେକର୍ଡ କରିଥିଲେ। ନୂଆପଡ଼ା ଜିଲ୍ଲାର ବୋଡେନ୍‌ ବ୍ଲକ୍‌ ଲରକା ଗ୍ରାମର ଲକ୍ଷ୍ମୀପ୍ରସାଦ ଓ ଆରତୀ ବେହେରାଙ୍କ ସୁପୁତ୍ର ସଚିନ ଦୈନିକ ୧୦ ଘଣ୍ଟା ପରିଶ୍ରମ କରି ଏହି ଲକ୍ଷ୍ୟରେ ପହଞ୍ଚିଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ପାକିସ୍ତାନର ମହମ୍ମଦ ରସିଦ୍‌ (୧୭୮)ଙ୍କ ନାମରେ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe