ରେଳମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି: ତୁଳସୀକ୍ଷେତ୍ରକୁ ଯାତ୍ରୀବାହୀ ଟ୍ରେନ୍‌ ଚାଲୁ

Advertisment
କଟକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

କେନ୍ଦ୍ରାପଡ଼ା : ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବି ଉପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହସ୍ତକ୍ଷେପ କରିଛନ୍ତି। ଏ ନେଇ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଉପରେ ବିଚାର କରିବାକୁ କହିଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ଭାରତ ପାଳୁଥିବା ବେଳେ କେନ୍ଦ୍ରାପଡ଼ା ଭଳି ଏକ ଐତିହ୍ୟସ˚ପନ୍ନ ତଥା ରାଜନୈତିକ ସମ୍ବେଦନଶୀଳ ଜିଲ୍ଲାରେ ୭୫ବର୍ଷ ପରେ ବି ଲୋକମାନେ ଟ୍ରେନ୍‌ ସୁବିଧାରୁ ବ˚ଚିତ ହୋଇଥିବା ରାଜ୍ୟପାଳ ଚିଠିରେ ଦର୍ଶାଇଛନ୍ତି। ଗୋଟିଏପଟେ ଗଲା ଦୁଇ ବର୍ଷରୁ ଅଧିକ ଦିନ ହେବ ଜିଲ୍ଳାବାସୀ ତଥା ବିଭିନ୍ନ ଅନୁଷ୍ଠାନ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପାଇଁ ଦାବି କରି ଆସୁଥିବା ବେଳେ ଏବେ ରାଜ୍ୟପାଳ ରେଳମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣା ପୂରା ପ୍ରସଙ୍ଗର ଗୁରୁତ୍ବକୁ ଅଧିକ ବଢ଼ାଇ ଦେଇଛି।

ଉଲ୍ଲେଖଥାଉକି, ଦୀର୍ଘ ଅଢେ଼ଇ ଦଶନ୍ଧିର ପ୍ରତୀକ୍ଷା ପରେ ଗତ ୨୦୨୦, ସେପ୍ଟେମ୍ବର ୨୦ତାରିଖରେ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହିତ ମାଲବାହୀ ଟ୍ରେନ୍‌ ଗଡ଼ିବା ସମ୍ଭବ ହୋଇଥିଲା। କିନ୍ତୁ, ଇତିମଧୢରେ ଦୁଇ ବର୍ଷ ପୂରିବାକୁ ବସିଥିଲେ ବି ଏଯାଏ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିପାରିଲା ନାହିଁ। ଉଲ୍ଲେଖନୀୟ କଥା ହେଉଛି, ମୋଟ୍‌ ୨୧୦୦ କୋଟିରୁ ଅଧିକ ବ୍ୟୟରେ ୮୨କିଲୋମିଟରର ଏହି ରେଳ ପ୍ରକଳ୍ପରେ ସର୍ବାଧିକ ୪୨କିଲୋମିଟର ରେଳ ଲାଇନ୍‌ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଛି। ହେଲେ ଯାତ୍ରୀବାହୀ ଟ୍ରେନ୍‌ ଦାବିନେଇ ଅତୀତରେ ଅନେକବାର ବିଭିନ୍ନ ରାଜନୈତିକ ଦଳଠୁ ନେଇ ସାମାଜିକ ଅନୁଷ୍ଠାନ ଆନ୍ଦୋଳନ କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଏଭଳି ସ୍ଥିତିରେ ଗତ ୧୦ତାରିଖରେ ରାଜ୍ୟପାଳ କେନ୍ଦ୍ରାପଡ଼ାକୁ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ଆସିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ପକ୍ଷରୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବି ସ˚କ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ଏହାକୁ ଅତି ଗୁରୁତ୍ବର ସହିତ ନେଇ ଗତ ୨୦ତାରିଖରେ ରେଳମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଏହି ଦାବି ଉପରେ ବିଚାର କରିବାକୁ କହିଛନ୍ତି।

ଚିଠିରେ ଦର୍ଶାଯାଇଛି ଯେ ସ୍ବାଧୀନତାର ୭୫ବର୍ଷ ପରେ ବି କେନ୍ଦ୍ରାପଡ଼ାବାସୀ ରେଳ ଗମନାଗମନରୁ ବ˚ଚିତ। ଏପରି ସ୍ଥିତିରେ ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କଲେ କେନ୍ଦ୍ରାପଡ଼ାବାସୀ ଉପକୃତ ହେବା ସହିତ ରାଜସ୍ବ ଅଭିବୃଦ୍ଧି ହେବ। ତେଣୁ ସ୍ବାଧୀନତାର ଅମୃତ ମହୋତ୍ସବ କାଳରେ ଯେତେବେଳେ ଗମନାଗମନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି, ସେପରିସ୍ଥଳେ ଜିଲ୍ଲାବାସୀଙ୍କ ଏହି ଦାବି ଉପରେ ରେଳମନ୍ତ୍ରୀ ବିଚାର କରିବାକୁ ଚିଠିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe