ଜେଇଇ(ମେନ), ଏନଇଇଟି ପରୀକ୍ଷା ପାଇଁ କୋହଳ ହେବ ସଟଡାଉନ, ଲକଡାଉନ କଟକଣା

Advertisment

ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭, ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ କଟକଣା କୋହଳ ହେବ

ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭, ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ କଟକଣା କୋହଳ ହେବ

ଜେଇଇ(ମେନ), ଏନଇଇଟି ପରୀକ୍ଷା ପାଇଁ କୋହଳ ହେବ ସଟଡାଉନ, ଲକଡାଉନ କଟକଣା

ଭୁବନେଶ୍ୱର : ଜେଇଇ ଓଏନଇଟି ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା କାଲିଠାରୁ ଲକଡାଉନ ଓ ସଟଡାଉନ କଟକଣାରେ କୋହଳ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ରାଜ୍ୟରେ ଜେଇଇ(ମେନ) ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଏନଇଇଟି(ୟୁଜି) ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଓ ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ ଲକଡାଉନ ଓ ସଟଡାଉନ ନିୟମକୁ କୋହଳ କରିଛନ୍ତି ।

ଏହା ସହିତ ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା ପରିଚାଳନା ସହ ସଂପୃକ୍ତ କର୍ମକର୍ତ୍ତା ଯଥା କୋର୍ଡିନେଟର, ପର୍ଯ୍ୟବେକ୍ଷାକ, କେନ୍ଦ୍ର ଅଧୀକ୍ଷକ (ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ), ଉପ-କେନ୍ଦ୍ର ଅଧୀକ୍ଷକ,ସହାୟକ କର୍ମଚାରୀ, ଟେକନିକାଲ କର୍ମଚାରୀ ଆଦିଙ୍କୁ ମଧ୍ୟ ଗୋଟିଏ ସହରରୁ ପରୀକ୍ଷା ହେଉଥିବା ସହରକୁ ଯିବାକୁ ଅନୁମତି ମିଳିବ । ଛାତ୍ରଛାତ୍ରୀମାନେ ନିଜର ଆଡମିଟ କାର୍ଡର କପି ବା ସଫ୍ଟ କପି ଦେଖାଇ ଯାତ୍ରା କରିପାରିବେ ।
ତେବେ ପରୀକ୍ଷାକେନ୍ଦ୍ରରେ କୋଭିଡ କଟକଣା କଡାକଡ଼ିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ କଟକଣା ଯେପରି ଲାଗୁ ହୁଏ ସେ ନେଇ ପରୀକ୍ଷା ପରିଚାଳକ, ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe