ସରକାର ଆଣିଲେ ନୂଆ ବିଲ୍: ପରୀକ୍ଷାରେ ହେରଫେର୍ କଲେ କୋଟିଏ ଜରିମାନା

ପରୀକ୍ଷାରେ ହେରଫେର୍ ରୋକିବାକୁ ରାଜ୍ୟ ସରକାର ନୂଆ ବିଲ୍ ଆଣିଛନ୍ତି। ଶୁକ୍ରବାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ଏଭଳି କରୁଥିବା ବ୍ୟକ୍ତି ବିଶେଷ ଅବା ସରକାରୀ ଅଧିକାରୀଙ୍କ ବିରୋଧରେ ବିଲ୍‌ରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି...

13avcxak;p

ଭୁବନେଶ୍ଵର: ପରୀକ୍ଷାରେ ହେରଫେର୍ ରୋକିବାକୁ ରାଜ୍ୟ ସରକାର ନୂଆ ବିଲ୍ ଆଣିଛନ୍ତି। ଶୁକ୍ରବାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ  ହୋଇଛି। ନୂଆ ଏଭଳି କରୁଥିବା ବ୍ୟକ୍ତି ବିଶେଷ ଅବା ସରକାରୀ ଅଧିକାରୀଙ୍କ ବିରୋଧରେ ବିଲ୍‌ରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି।

ଯଦି କୌଣସି ବ୍ୟକ୍ତି ବା ଅଧିକାରୀ ଏହି ଅଧିନିୟମ ଅଧୀନରେ ନିଯୁକ୍ତି ପରୀକ୍ଷାରେ ହେରଫେର୍ କରନ୍ତି ତେବେ ଅତି କମରେ ତିନି ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ଜରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବ। ସମସ୍ତ ଦଣ୍ଡ ବିଧାନ ଜାମିନ ବିହୀନ ରହିବ। ଏଭଳି ମାମଲାରେ କୌଣସି ପ୍ରକାର ସମାଧାନ କରାଯିବ ନାହିଁ।

ସେବା ଯୋଗାଣକାରୀ ଦୋଷୀ ସାବ୍ୟସ୍ତ ହେଲେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ସେବା ଯୋଗାଣକାରୀ ସଂସ୍ଥାଠାରୁ ପରୀକ୍ଷା ଖର୍ଚ୍ଚ ମଧ୍ଯ ଆଦାୟ କରାଯିବ। ଦୋଷୀ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ପାଇଁ ସ୍ବୀକୃତି ମିଳିବ ନାହିଁ।  ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥିବେ,ତେବେ ସେହି ଅନୁଷ୍ଠାନର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇ ସେସବୁକୁ ବାଜ୍ୟାପ୍ତ କରାଯାଇ ପରୀକ୍ଷା ଖର୍ଚ୍ଚ  ଭରଣା କରାଯିବ। 

ଅଧିକ ପଢ଼ନ୍ତୁ: ଗଳା କାଟି ନିର୍ମମ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଯଦି ଅନୁସନ୍ଧାନ ସମୟରେ କୌଣସି ନିର୍ଦ୍ଦେଶକ, ବରିଷ୍ଠ ପରିଚାଳନା କିମ୍ବା ସେବା ଯୋଗାଣକାରୀ ସଂସ୍ଥାର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସହମତି କିମ୍ବା ସହଯୋଗରେ ଅପରାଧ ଘଟିଥିବା ଜଣାପଡ଼େ ତେବେ ଅଧିକାରୀଙ୍କୁ ଅତି କମରେ ତିନିବର୍ଷରୁ ଆରମ୍ଭକରି ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଏକ କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରାଯିବ। ଜରିମାନା ପୈଠରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବ। ମାମଲାର ତଦନ୍ତ ଜଣେ ଡିଏସପି ବା ଏସିପି ପଦବୀଧାରୀ ଅଧିକାରୀ କରିବେ।

ଅଧିକ ପଢ଼ନ୍ତୁ: ନନକାନା ସାହେବ ଆମଠାରୁ କେତେ ଦିନ ଦୂରେଇ ରହିବ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe