ସୋମବାରରୁ ଗଡ଼ିବ ସରକାରୀ ବସ୍‌ : ୨୨ ସହରରେ ଚାଲିବ ୯୬ବସ୍‌, ବିନା ମାସ୍କରେ ଯାତ୍ରା ମନା

ସୋମବାରରୁ ଗଡ଼ିବ ସରକାରୀ ବସ୍‌ : ୨୨ ସହରରେ ଚାଲିବ ୯୬ବସ୍‌, ବିନା ମାସ୍କରେ ଯାତ୍ରା ମନା

Aanavandi

ଭୁବନେଶ୍ବର : ଆସନ୍ତା ସୋମବାରରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ବସ୍‌ ଚଳାଚଳ କରିବ। ଏଥିରେ ରାଜ୍ୟର ୨୨ଟି ସହରର ୬୬ଟି ରୁଟ୍‌ରେ ୯୬ଟି ବସ୍‌ ଚାଲିବ ବୋଲି ଓଏସ୍‌ଆରଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

ଓଏସ୍‌ଆରଟିସି ପକ୍ଷରୁ କୁହାଯାଇଛି ଯେ, ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ଯାଇପାରିବେ। କ‌ୌଣସି ପରିସ୍ଥିତିରେ ଯାତ୍ରୀ ଛିଡ଼ା ହୋଇ ଯିବେ ନାହିଁ। ବିନା ମାସ୍କରେ ଯାତ୍ରୀଙ୍କୁ ବସ୍‌କୁ ଉଠାଯିବନି। ସେହିପରି ଯାହାର ଜରୁରୀ କାମ ନାହିଁ ସେମାନେ ବସ୍‌ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି।

publive-image New Indian Express

ଓଏସ୍‌ଆରଟିସି ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ପ୍ରବାସୀ ଶ୍ରମିକମାନଙ୍କର ଯାତାୟ‌ାତ ପାଇଁ ବସ୍‌ ବ୍ୟବହାର ହେଉଥିଲା। ଏପରିକି ମୋଟ୍‌ ୪୪୦ଟି ବସ୍‌ରୁ ୭୦% ଏଥିପାଇଁ ବ୍ୟବହାର ହୋଇଥିଲା। ଏବେ ସାଧାରଣ ପରିବହନ ସ୍ବାଭାବିକ ହେବାକୁ ଯାଉଥିବାରୁ ଏବଂ ଶ୍ରମିକଙ୍କୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରକୁ ଛଡ଼ା ଯାଉ ନ ଥିବାରୁ ପୂର୍ବଭଳି ଓଏସ୍‌ଆରଟିସି ବସ୍‌ ବିଭିନ୍ନ ରୁଟ୍‌ରେ ଯାତାୟାତ କରିବ। ସବୁ ବସ୍‌କୁ ସଂପୂର୍ଣ୍ଣ ଭାବେ ବିଶୋଧନ କରି ଚଳାଚଳ କରାଯିବ। ଏବେ କଟକରୁ ୭ଟି ରୁଟ୍‌ରେ, ଅନୁଗୁଳରୁ ୩ଟି, କେନ୍ଦୁଝରରୁ ୩ଟି, ମାଳତିପାଟପୁରରୁ ଗୋଟିଏ, ବ୍ରହ୍ମପୁରରୁ ଗୋଟିଏ, ଭଞ୍ଜନଗରରୁ ୨ଟି, ଫୁଲବାଣୀରୁ ୩ଟି, ଜୟପୁରରୁ ୬ଟି, ମାଲକାନଗିରିରୁ ଗୋଟିଏ, ନବରଙ୍ଗପୁରରୁ ୨ଟି, ରାୟଗଡ଼ାରୁ ୪ଟି, ପାରଳାଖେମୁଣ୍ଡିରୁ ୨ଟି, ସମ୍ବଲପୁରରୁ ୪ଟି, ବରଗଡ଼ରୁ ୩ଟି, ରାଉରକେଲାରୁ ୩ଟି, ପଦ୍ମପୁରରୁ ୨ଟି, ନୂଆପଡ଼ାରୁ ୨ଟି, ବଲାଙ୍ଗୀର ୟୁନିଟରୁ ୪ଟି, ଭବାନୀପାଟଣାରୁ ୪ଟି, ଭୁବନେଶ୍ବରରୁ ୬ଟି, ସୁନ୍ଦରଗଡ଼ରୁ ୨ଟି, ଦେବଗଡ଼ରୁ ଗୋଟିଏ ରୁଟ୍‌ରେ ଓଏସ୍‌ଆରଟିସି ବସ୍‌ ଚଳାଚଳ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe