କୋଟିଆକୁ ଗଡ଼ିଲା ସରକାରୀ ବସ୍‌

Advertisment
କୋଟିଆକୁ ଗଡ଼ିଲା ସରକାରୀ ବସ୍‌

କୋରାପୁଟ : କୋଟିଆକୁ ପୁଣି ଥରେ ଗଡିଛି ସରକାରୀ ବସ୍‌। ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଏହି ବସ୍‌ ସେବା। ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ସଦର ମହକୁମାରୁ ଏହି ବସ୍‌ ଚାଲିବ। ଏ ସଂପର୍କରେ କୋରାପୁଟ ଆଂଚଳିକ ପରିବହନ ଅଧିକାରୀ ପ୍ରଭାତ ପ୍ରଧାନ କହିଛନ୍ତି ଯେ, ବିଜୁ ଗାଁ ଗାଡି ଯୋଜନାରେ ଆଜିଠାରୁ କୋଟିଆକୁ ଏକ ସରକାରୀ ବସ୍‌ ଚଳାଚଳ ଆରମ୍ଭ କରିଛି। ଏହା ସକାଳେ କୋଟିଆରୁ ବାହାରି ତେନ୍ତୁଳିଗୁମ୍ମା ଯିବ। ସେଠାରୁ ଫେରି କୋଟିଆରେ ସନ୍ଧ୍ୟାରେ ପହଞ୍ଚିବ। କୋଟିଆରେ ରାତ୍ରି ରହଣି କରି ପୁଣି ସକାଳୁ ବସ୍‌ ବାହାରିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ୪୨ ସିଟ୍‌ ବିଶିଷ୍ଟ ବସ୍‌ଟି ଦିନକୁ ୨୫୦କିଲୋମିଟର ଯାତ୍ରା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe