ବିଜେପୁର ନିର୍ବାଚନ ପାଇଁ ସରକାରୀ ଛୁଟି

ବିଜେପୁର ନିର୍ବାଚନ ପାଇଁ ସରକାରୀ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ(୨ ନଂ)ରେ ମତଦାନ ହେଉଥିବାରୁ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ(ଏକ୍‌ଜିକ୍ୟୁଟିଭ୍‌)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ। ସେମାନଙ୍କୁ ମତଦାନ ଅଧିକାର ସୁବିଧା ଦେବା ପାଇଁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏହି ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜେପୁର ନିର୍ବାଚନ ଫଳାଫଳ ନେଇ ଏକଜିଟ୍‌ ପୋଲ୍‌, ଜନମତ ସର୍ବେକ୍ଷଣ ନିଷିଦ୍ଧ

ଭୁବନେଶ୍ୱର : ଆସନ୍ତାକାଲି ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ଫଳାଫଳ ନେଇ କୌଣସି ପ୍ରକାର ଏକ୍‌ଜିଟ୍‌ ପୋଲ୍‌ ବା ଜନମତ ସର୍ବେକ୍ଷଣକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷିଦ୍ଧ କରାଯାଇଛି। ଆସନ୍ତାକାଲି ମତଦାନ ସମୟ ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫.୩୦ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ଆକଳନ, ପୂର୍ବାନୁମାନ ଏବଂ ପ୍ରଚାର ପ୍ରସାର ଇଲେକ୍ଟ୍ରୋନିକ ଗଣମାଧ୍ୟମ, ଛାପା ଗଣମାଧ୍ୟମ କିମ୍ବା ଅନ୍ୟ ଯେ କୌଣସି ସଂସ୍ଥା ମାଧ୍ୟମରେ କରାଯିବା ନେଇ କଟକଣା ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe