୪ ସରକାରୀ ସଂସ୍ଥାକୁ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ ମାନ୍ୟତା

Advertisment
୪ ସରକାରୀ ସଂସ୍ଥାକୁ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ ମାନ୍ୟତା

AIIMS Bhubaneswar

ଭୁବନେଶ୍ବର : ରାଜ୍ୟର ୪ଟି ସଂସ୍ଥାକୁ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ ମାନ୍ୟତା ମିଳିଛି। ଏଥିରେ ଏମ୍‌ସ, ନାଇଜର, ମଧୁସୂଦନ ଏକା‌ଡେମି ଓ ଆଇଆଇଟି ରହିଛି। ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ସରକାରୀ ସଂସ୍ଥା ଓ ମେଡିକାଲ କଲେଜମାନଙ୍କୁ ଏହି ମାନ୍ୟତା ଦିଆଯାଇଛି।

ଏସବୁ ସଂସ୍ଥାର କ୍ୟାମ୍ପସ୍‌ରେ ସ୍ବଚ୍ଛ ଖାଦ୍ୟ ପରିବେଷଣ/ପ୍ରସ୍ତୁତି ନେଇ ଖାଦ୍ୟ ନିରାପତ୍ତା ପକ୍ଷରୁ ସ୍ବତନ୍ତ୍ର ତାଲିମ୍ ପ୍ରଦାନ କରାଯାଇଛି। ରାଜ୍ୟର ଆଉ ୮ଟି ସଂସ୍ଥାକୁ ଏହି ମାନ୍ୟତା ପ୍ରଦାନ କରିବା ଲାଗି ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିସନର ଡି.ବୃନ୍ଦା, ନିର୍ଦେଶକ ଡା.ପି.କେ ମହାପାତ୍ର ଓ ରାଜ୍ୟ ନୋଡାଲ ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe