ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ୨୦୧୮ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Advertisment
ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ୨୦୧୮ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

କଣ୍ଟାମାଳ: ବିଳାସପୁର ଜନତା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୨୦୧୮ ବ୍ୟାଚ ଦଶମ ଶ୍ରେଣୀ  ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି। ତତ୍କାଳୀନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ  ଯୋଗ ଦେଇଥିଲେ। ପ୍ରଥମେ ଛାତ୍ରଛାତ୍ରୀ କଳସ ସ୍ଥାପନା କରି ଗୁରୁଜୀ ଗୁରୁମାଙ୍କୁ ବନ୍ଦାପନା କରଥିଲେ। ପରେ ଗାମୁଛା ଓ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ।

ତତକାଳୀନ ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା  ଛାତ୍ରଛାତ୍ରୀଙ୍କ ସହ ବିତେଇ ଥିବା କିଛି ସ୍ମରଣୀୟ ସମୟ ଓ ସଫଳତାର ମନ୍ତ୍ର କହିଥିଲେ। ବର୍ତ୍ତମାନର ପ୍ରଧାନ ଶିକ୍ଷକ ଚଣ୍ଡୀ ପ୍ରଶାଦ ବେହେରା ଛାତ୍ରଛାତ୍ରୀଙ୍କ ଉନ୍ନତି କାମନା ପୂର୍ବକ  ମୋ ସ୍କୁଲ ଅଭିଯାନରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ l ତାପରେ ଛାତ୍ରଛାତ୍ରୀ ବକ୍ତବ୍ୟ ରଖିଥିଲେ l ରାଧେଶ୍ୟାମ ସୁନା ଓ ରୋଜୀ  ସେଠୀ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe