Govt kicking farmers in the stomach: Arun Sahu Photograph: (sambad.in)
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସାରର ନିଅଣ୍ଟିଆ ସ୍ଥିତି ଉପୁଜିଛି। କଳାବଜାରୀ ସ୍ଥିତି ଦେଖାଦେଇଛି। କଳାବଜାରୀ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେଡି ବିଧାୟକ ଅରୁଣ କୁମାର ସାହୁ ଅଭିଯୋଗ ଆଣିଛନ୍ତି।
ସରକାର କହୁଛନ୍ତି ଲୋକଙ୍କ ସରକାର ବୋଲି। କୃଷକ କଣ ଲୋକଙ୍କ ଭିତରେ ଆସୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦିନେ ଯେଉଁ ରାଜ୍ୟ ନିଅଣ୍ଟିଆ ଥିଲା,ଏବେ ସରପ୍ଲସ ହୋଇଛି। ଏଭଳି ସମୟରେ ଚାଷୀଙ୍କୁ ସହାୟତା ନ ଦିଆଯାଇ ଚାଷୀଙ୍କ ପେଟକୁ ଲାତ ମରାଯାଉଛି।
ଏ ସରକାର ବେକାର ସରକାର। ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଏହା ତାଙ୍କ ବିଭାଗ ଦାୟିତ୍ଵ ନୁହେଁ। ସରକାର ଏକ ମିଳିତ ଦାୟିତ୍ଵ। ମନ୍ତ୍ରୀ ନିଜ ଦାୟିତ୍ୱରୁ ନ ଓହରି ଚାଷୀଙ୍କ କଥା ଚିନ୍ତା କରନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି।
Arun Kumar Sahoo | BJD
Follow Us