ମାଫିଆ କବ୍‌ଜାରେ ଗୋଚର ଜମି: ମାଟି ଚୋରି ଜୋର୍‌ସୋର୍‌

ମାଫିଆ କବ୍‌ଜାରେ ଗୋଚର ଜମି: ମାଟି ଚୋରି ଜୋର୍‌ସୋର୍‌

ବରଗଡ଼: ବରଗଡ଼ରେ ଜମି ମାଫିଆଙ୍କ ବିତ୍ପାତ ସୀମା ଟପିଗଲାଣି। ବର୍ତମାନ ସହର ଉପକଣ୍ଠସ୍ଥ ଗାଁ ସଂଲଗ୍ନ ଜମିରେ ପ୍ଲଟିଂ ଜୋର୍‌ଦାର୍‌ ଚାଲିଛି। ଚାଷରୁ ଲାଭ ମିଳୁନଥିବାରୁ ଚାଷୀମାନେ ଚାଷବାସ ଛାଡ଼ୁଛନ୍ତି। ଚାଷୀମାନେ ଜମି ମାଫିଆଙ୍କୁ ଶସ୍ତା ଦର‌େର ଜମି ଟେକି ଦେଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ମାଫିଆମାନେ। କିନ୍ତୁ ଏହି କାରବାର ଏବେ ବିପଦ୍‌ଜନକ ସ୍ଥିତିରେ। କାରଣ ମାଫିଆମାନେ ଏବେ ଗୋଚର ଜମିକୁ ଟାର୍ଗେଟ କରିଛନ୍ତି। ଅର୍ଥାତ୍‌ ଗୋଚର ଜମିରୁ ମାଟି ଚୋରି କରି ପ୍ଲଟିଂ ଜମିକୁ ସମାନ୍ତରାଳ କରୁଛନ୍ତି। ସହର ସଂଲଗ୍ନ କଟାପାଲି ଇଲାକାରେ ଏହି କାରନାମା ଏବେ ଚିନ୍ତାର କାରଣ ପାଲଟିଛି।

ବରଗଡ଼ କେନାଲ୍‌କୁ ଲାଗି ଏବଂ ବରଗାଁ ପାନୀୟ ଜଳ ପ୍ରକଳ୍ପ ପାଖରେ ଗୁଡ଼ାଏ ଗୋଚର, ସରକାରୀ ଜମି ରହିଛି। ପରିତ୍ୟକ୍ତ ଜମି ଉପରେ ମାଫିଆଙ୍କ ଆଖି ପଡ଼ିଛି। ଗୋଚର ଏବଂ ସରକାରୀ ଜମିରୁ ନିରନ୍ତର ମାଟି ଖୋଳାଯାଉଛି। ରାତି ହେ‌େଲ ଡମ୍ପର ଯୋଗେ ମାଟି ବୋହି ପ୍ଲଟିଂ ଚାଲିଥିବା ଇଲାକାକୁ ଚାଲାଣ ହେଉଛି। ଗ୍ରାମବାସୀ ବିରୋଧ କଲେ ମାଫିଆମାନେ ହତ୍ୟା ଧମକ ଦେବାକୁ ବି ପଛାଉ ନାହାନ୍ତି। ଗୋଚର ଜମିଗୁଡ଼ିକରେ ଛୋଟଛୋଟ ଜଂଗଲ ରହିଛି। ମାଟି ଖୋଲିବା ପାଇଁ ମାଫିଆମାନେ ଏସବୁ ଜଂଗଲ ପୋଡ଼ି ଦେଉଛନ୍ତି। ଖରାଦିନେ ଏହାକୁ ଆକସ୍ମିକ ଅଗ୍ନିକାଣ୍ଡର ରୂପ ଦିଆଯାଉଛି। ଭିତିରିଆ ରାସ୍ତାଗୁଡ଼ିକରେ ମାଟି ଖୋଳି ଲୁଚା ଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଟି ବୋହି ନେଉଛନ୍ତି ମାଫିଆମାନେ। ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ଖୋଲାଖୋଲି ଲୁଟ୍‌ ଚାଲିଥିବାବେଳେ ଏନେଇ କିଛି ପଦକ୍ଷେପ ନହେବା ଆଶ୍ଚର୍ଯ୍ୟର କଥା। ମାଫିଆମାନଙ୍କ ଏହି କାରନାମା ‘ସମ୍ବାଦ’ର ସରଜମିନ ତଦନ୍ତରୁ ପଦାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe